କୁମ୍ଭ ମେଳାର ସାଟେଲାଇଟ ଫଟୋ ହେଲା ଭାଇରାଲ , ଆପଣ ଦେଖିଛନ୍ତି କି

ଅଲହ୍ଲାବାଦ : ଭାରତୀୟ ଅନ୍ତ୍ରରୀକ୍ଷ ଏଜେନ୍ସି (ଇସରୋ) ନିକଟରେ କୁମ୍ଭ ମେଳାର ସାଟେଲାଇଟ ଫଟୋ ଶେୟାର କରିଥିଲେ। ଏହାକୁ ଅନ୍ତରୀକ୍ଷରୁ ନିଆଯାଇଛି। ଅନ୍ତ୍ରରୀକ୍ଷରେ ଗଙ୍ଗା ଏବଂ ଯମୁନାର ସଙ୍ଗମ ସ୍ପଷ୍ଟ ନଜର ଆସୁଛି। ଏଥିସହ ସଙ୍ଗମ ନିକଟରେ ଥିବା ଟେଣ୍ଟ ସିଟି ଏବଂ ସାଧାରଣ ଲୋକ ମଧ୍ୟ ସଂପୂର୍ଣ୍ଣ ଦେଖିପାରୁଛନ୍ତି। ଇସରୋ ଅନୁଯାୟୀ, ଏହି ଫଟୋ ୧୬ ଜାନୁଆରୀ ଭାରତୀୟ ରିମୋଟ ସେସିଂଙ୍ଗ ସାଟେଲାଇଟ କାଟ୍ରୋସେଟ-୨ରୁ ନିଆଯାଇଛି।
ତେବେ କୁମ୍ଭ ମେଳାରେ ଗୁରୁବାର ସନ୍ଧ୍ୟାକୁ ଗାୟିକା ଅନୁରାଧା ଆସିଥିଲେ। ଏହାଛଡ଼ା ପ୍ରଥମ ଦିନରେ ରାମନାଥ କୋବିନ୍ଦ, ରାଜ୍ୟପାଳ ରାମ ନାୟକ ଏବଂ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚିଥିଲେ। ଏଠାରେ ସେ ଗଙ୍ଗା ଆରତୀ ଏବଂ ଭରଦ୍ବାଜ ପ୍ରତିମାର ଉଦଘାଟନ କରାଯାଇଥିଲା।