Below header

ଡାହାଣୀ ସ୍ତ୍ରୀ ଦେଲା ସ୍ୱାମୀକୁ ମୃତ୍ୟୁର ଉପହାର, ଦୋଷାରେ ବିଷ ଦେଇ ନେଲା ଜୀବନ

ପରକୀୟା ପ୍ରୀତି ନେଲା ଜୀବନ। ଆଉ କେହି ନୁହେଁ, ବରଂ ସ୍ତ୍ରୀ ନେଇଛି ସ୍ୱାମୀର ଜୀବନ। ଯିଏ ସାତ ଜନ୍ମ ପାଇଁ ସାଙ୍ଗରେ ରହିବାକୁ କଥା ଦେଇଥିଲା, ସେ ଗୋଟିଏ ଜନ୍ମ ପାଇଁ ବି ଦେଇପାରିଲାନି ସାଥ୍‌। ବେଦୀ ଉପରେ ତେତିଶି କୋଟି ଦେବତାଙ୍କୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀକୁ ନିଜ ହାତରେ ମରଣ ମୁହଁକୁ ଠେଲିଦେଲା ପତ୍ନୀ। ଯାହାପାଇଁ ଦିନେ ସାବିତ୍ରୀ ଓଷା କରିଥିଲା, ତାକୁ ନିଜ ହାତରେ ଉପହାର ଦେଲା ମୃତ୍ୟୁ। ତା’ପୁଣି ପର ପୁରୁଷ ପ୍ରେମରେ ଅନ୍ଧ ହୋଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁର ପୁଝାଲଠାରେ।

ପୁଝାଲଠାରେ ଜଣେ ମହିଳା ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି। ଏମିତିକି ଘଟଣା ପ୍ରଘଟ ହେବା ଭୟରେ ସେ ସାରା ରାତି ମୃତଦେହ ପାଖରେ ମଧ୍ୟ ଶୋଇଥିଲା। ପ୍ରଥମରୁ ମହିଳା ଜଣକ ସ୍ୱାମୀଙ୍କ ମୃତ୍ୟୁ ଅତ୍ୟଧିକ ମଦ୍ୟପାନ ଯୋଗୁ ହୋଇଥିବା କହୁଥିବା ବେଳେ ମେଡିକାଲ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିଥିଲା। ପରେ ମହିଳା ଦେଇଥିବା ବୟାନ ଥିଲା ଏଭଳି:

ଅନୁପ୍ରିୟା(୨୩) ନାମ୍ନୀ ମହିଳାଙ୍କ ବିବାହ ୨୦୧୪ ମସିହାରେ ସୁରେଶ(୨୬)ଙ୍କ ସହ ହୋଇଥିଲା। ସେମାନଙ୍କର ଏକ ୪ ବର୍ଷର ପୁଅ ମଧ୍ୟ ରହିଛି। ବିବାହ ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ମାତ୍ର ଅସୁବିଧା ସେତେବେଳେ ଆରମ୍ଭ ହେଲା ଯେତେବେଳେ ଅନୁପ୍ରିୟା ନିକଟରେ ଥିବା ଏକ ମେଡିକାଲ ଷ୍ଟୋର୍‌ରେ କାମ କରିବା ଆରମ୍ଭ କଲେ। ମେଡିକାଲରେ କାମ କରିବା ପରେ ଅନୁପ୍ରିୟା ସବୁବେଳେ ରାତିରେ କାହା ସହ ଘଣ୍ଟା ଘଣ୍ଟା ଧରି ଗପୁଥିବା ସୁରେଶ ଦେଖିବାକୁ ପାଇଥିଲା। ଏଥିପାଇଁ ସେ ଅନେକ ଥର ଅନୁପ୍ରିୟାକୁ ତାଗିଦ୍‌ ମଧ୍ୟ କରିଥିଲା। ମାତ୍ର ଅନୁପ୍ରିୟାର ପ୍ରକୃତି ବଦଳିବା ନାଁ ନେଉନଥିଲା। ଅନୁପ୍ରିୟାର ଏଭଳି କର୍ମ ଯୋଗୁ ସୁରେଶ ତା’ ଉପରେ ହାତ ମଧ୍ୟ ଉଠାଇଥିଲା।

ସୁରେଶର ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ଅନୁପ୍ରିୟା ନିଜ ପ୍ରେମିକ ମୁରାସୋଲି ମାରନ(୨୨) ସହ ମିଶି ସୁରେଶକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଘଟଣାଦିନ ଅନୁପ୍ରିୟା ସୁରେଶକୁ ରାତିରେ ଦୋଷାରେ ନିଦ ଔଷଧ ମିଶାଇ ଖାଇବାକୁ ଦେଇଥିଲା। ସୁରେଶକୁ ନିଶା ହୋଇଯିବା ପରେ ପ୍ରେମିକ ସହ ମିଶି ଅନୁପ୍ରିୟା ତାକୁ ତଣ୍ଟି ଚିପି ହତ୍ୟା କରିଥିଲା। ମୁରାସୋଲି ଚାଲିଯିବା ପରେ ଅନୁପ୍ରିୟା ରାତିରେ ସୁରେଶର ମୃତଦେହ ପାଖରେ କିଛି ନଜାଣିବା ପରି ଶୋଇଯାଇଥିଲା। ସକାଳୁ ଉଠି ସେ ନାଟକୀୟ ଢଙ୍ଗରେ ପଡ଼େଶୀଙ୍କ ସାମ୍ନାରେ ଅତ୍ୟଧିକ ମଦ୍ୟପାନ ଯୋଗୁ ସୁରେଶର ମୃତ୍ୟୁ ହୋଇଥିବା କହିଥିଲା। ତେବେ ଅଟୋପ୍‌ସି ରିପୋର୍ଟ ଆସିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ସୁରେଶର ମୃତ୍ୟୁ ମଦ୍ୟପାନ ନୁହେଁ ବରଂ ଅଧିକ ନିଦ ବଟିକା ଖାଇବା ଓ ଗଳାରେ ଚାପ ଯୋଗୁ ହୋଇଥିଲା। ପରେ ଅନୁପ୍ରିୟା ସମସ୍ତ ଘଟଣା ସମ୍ପର୍କରେ ବଖାଣିଥିଲା।

ଏହାସହ ପଢ଼ନ୍ତୁ: ସେକ୍ସ ସ୍କାଣ୍ଡାଲରେ ଫସିଲେ ପୂର୍ବତନ ଅଲମ୍ପିକ୍‌ ଚାମ୍ପିୟନ୍‌, ଲିକ୍‌ ହେଲା ସମ୍ପୂର୍ଣ୍ଣ ଘଟଣାର ଭିଡିଓ

ପୋଲିସ ଘଟଣାରେ ଅନୁପ୍ରିୟା ସମେତ ତା’ ପ୍ରେମିକକୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ପରକୀୟା ପ୍ରୀତି ଯୋଗୁ ସୁରେଶ ତ ଆରପାରିକୁ ଚାଲିଗଲା ଓ ଅନୁପ୍ରିୟା ଜେଲ୍‌, ମାତ୍ର ଅନାଥ ହୋଇଗଲା ୪ ବର୍ଷର ନିରୀହ ନିଷ୍ପାପ ଶିଶୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.