୫୦ ହଜାର ଟଙ୍କା ପାଇଁ ୧୦ ବର୍ଷର ଝିଅକୁ ବୁଢା ବର ହାତରେ ଦେଇଦେଲା ବାପା, ଭିଡିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଗୁଜୁରାଟ: ବିବାହ ପାଇଁ ମଣିଷର ଏକ ବୟସ ତାରତମ୍ୟ ରହିଛି । ଯାହା ସମାଜ ଆଖିରେ ସୁନ୍ଦର ହୋଇଥାଏ। ବର ଓ କନ୍ୟାଙ୍କ ଭିତରେ ଯଦି ବୟସର ତାରତମ୍ୟ ରଖି ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ ତେବେ ତାହା ଏକ ସୁସ୍ଥ ଦାମ୍ପତ୍ୟ ଜୀବନରେ ବେସ ସହାୟକ ହୋଇଥାଏ।  କିନ୍ତୁ ଯଦି ନାବାଳିକା କନ୍ୟା ସହ ଏକ ବାପ  ବୟସର ବର ଯୋଗାଡ  ହୋଇଥାଏ ତେବେ ସେହି ନାବାଳିକାର ଜୀବନ  କିପରି ଯନ୍ତ୍ରଣା ଦାୟକ ହୋଇଥିବ ତାହା ଆପଣମାନେ ବେସ୍ ଭଲ ଭାବରେ ବୁଝିପାରୁଥିବେ।  ଏଭଳି ଏକ ଘଟଣା ଘଟିଛି ଗୁଜୁରାଟର ବନାସକାଠା ଅଞ୍ଚଳରେ। ଯେଉଁଠାରେ ଜଣେ ଆଦିବାସୀ ନାବାଳିକାକୁ ୫୦ ହଜାରରେ ବିକ୍ରୀ କରିଛନ୍ତି ତାର ବାପା। ତାହା ପୁଣି ଜଣେ ୩୫ ବର୍ଷର ବ୍ୟକ୍ତିଙ୍କୁ । ଘଟଣା ବିଷୟରେ  ଯେକେହିବି ଶୁଣିବ ତାଜୁବ  ହୋଇଯିବ।

ଏହାସହ ପଢନ୍ତୁ: ଏହି ବିଲ୍ଡରଙ୍କର ଅଛନ୍ତି ୧୨୦ ସ୍ତ୍ରୀ! ଯେଉଁଠି ବନାନ୍ତି ଘର, ସେଇଠି କରନ୍ତି ବିବାହ

କିଛି ଦିନ ତଳେ ଏହି ନାବାଳିକା ସହ ଜଣେ ବ୍ୟକ୍ତି ବିବାହ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ଯେଉଁ  ଭିଡିଓଟି  ପାଳନପୁରର ଜଣେ ସୋସିଆଲ ଜଷ୍ଟିସ୍ ଡିପାର୍ଟମେଣ୍ଟର ଅଧିକାରୀଙ୍କ ନଜରକୁ ଆସିଥିଲା। ସେତେବେଳେ ସେ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିପଡିଲେ। ଏହା ପରେ ପୋଲିସକୁ ଜଣାଇ ସେହି ନାବାଳିକାକୁ ଉଦ୍ଧାର କରିଥିଲେ।

ଭିଡିଓରୁ  ନାବାଳିକାକୁ କିଣିଥିବା ବ୍ୟକ୍ତିକୁ ଚିହ୍ନଟ କରିଥିଲା ପୋଲିସ । ବ୍ୟକ୍ତି ଜଣକର  ନାମ ଥିଲା ଗୋବିନ୍ଦ ଠାକରେ ।  ସେ ଏହି ଆଦିବାସୀ ନାବାଳିକାକୁ ୫୦ ହଜାର ଟଙ୍କାରେ କିଣିଥିଲା। ଭିଡିଓ ଟିରେ ଗୋବିନ୍ଦ ଭାରତୀୟ ରୀତିନୀତିରେ ବିବାହ କରି ନାବାଳିକା ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ନାବାଳିକାର ବାପାକୁ ମଧ୍ୟ ଚିହ୍ନି ପାରିଥିଲା ପୋଲିସ।

ଏହାସହ ପଢନ୍ତୁ:  ଧୀରେ ଧୀରେ ଘର ଭିତରକୁ ପଶିଲା ଚିତାବାଘ ଏବଂ ଅଚାନକ କଲା ଆକ୍ରମଣ, ଆଉ ତାପରେ.. ଦେଖନ୍ତୁ ଭିଡିଓ

ସୂଚନା ଅନୁସାରେ ଦୁଇମାସ ପୂର୍ବରୁ ନାବାଳିକା ଯେତେବେଳେ ଯାତ୍ରା ଦେଖିବାକୁ ଯାଇଥିଲା ସେତେବେଳେ ଗୋବିନ୍ଦ ଠାକରେ ନାବାଳିକା କିଣିବାକୁ ମନସ୍ଥ କରିଦେଇଥିଲା। ପୂର୍ବରୁ  ବିଚୌଲିଆ ଗାମର ନାମକ ଜଣେ ମଧ୍ୟସ୍ତୀ ଏହି ନାବାଳିକା ବିଷୟରେ ଠାକରେକୁ ସୂଚନା ଦେଇଥିଲା। ଗୋବିନ୍ଦ ଠାକରେ ୫୦,୦୦୦ ଟଙ୍କା ଦେଇ ନାବାଳିକାକୁ ବିବାହ କରିବା ପାଇଁ ନାବାଳିକାର ବାପାକୁ କହିଥିଲା।

ବିବାହପରେ  ନାବାଳିକାକୁ ନିଜ ଘରକୁ ଆଣିବାକୁ ଗୋବିନ୍ଦ ଠାକରେ ଘରକୁ ଯାଇଥିଲେ ଝିଅର ବାପା।  ସେତେବେଳେ ଗୋବିନ୍ଦ ନାବାଳିକାକୁ ଛାଡିବାକୁ ମନା କରିଦେଇଥିଲା। କୁହାଯାଉଛି ଯେ ନାବାଳିକାକୁ କିଣିବା ପାଇଁ ଦେଢ ଲକ୍ଷ ଟଙ୍କାର ଡିଲ ହୋଇଥିଲା। ଯାହାର ତଥ୍ୟ ପୋଲିସ ହାତରେ ଲାଗିଛି।  ଏବେ ଏହି ମାମଲାରେ  ପୋଲିସ ନାବାଳିକାର ବାପା, ଗୋବିନ୍ଦ ଠାକରେ ଓ ମଧ୍ୟସ୍ତୀ ବିରୋଧରେ କେସ ରୁଜୁ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.