ଯାଜପୁର: ମହିଳା ପିଇଓଙ୍କ ସନ୍ଦେହଜନକ ମୃତ୍ୟୁ, ଭତ୍ତା ବାଣ୍ଟିବାକୁ ଯାଇଥିବା ବେଳେ ଅଫିସ ଗୃହରୁ ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ୍):  ମହିଳା ପିଇଓଙ୍କ ସନ୍ଦେହଜନକ ମୃତ୍ୟୁ । ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ବାଣ୍ଟିବାକୁ ଯାଇଥିବା ବେଳେ ନିକଟରେ ଥିବା  ଅଫିସଗୃହରୁ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତରେ । ମୃତ ମହିଳା ପିଇଓ ହେଲେ ସ୍ମିତାରାଣୀ ବିଶ୍ୱାଳ । ସ୍ମିତାରାଣୀ ଆଜି ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟକୁ ହିତାଧିକାରୀଙ୍କ ମାସିକ ଭତ୍ତା ବାଣ୍ଟିବାକୁ ଯାଇଥିଲେ । ଭତ୍ତା ବାଣ୍ଟିସାରିବା ପରେ ନିକଟରେ ଥିବା ସରପଞ୍ଚଙ୍କ ନିଜସ୍ବ ଅଫିସ ଗୃହକୁ ଖାଇବାକୁ ଯାଇଥିଲେ । ତେବେ ଖାଇବା ପୁର୍ବରୁ ବାଥରୁମକୁ ଯିବା କହିଥିଲେ ସ୍ମିତା।  ପରେ ତାଙ୍କ ଅସିବାରେ ବିଳମ୍ବ ହେବାରୁ ସେଠାରେ ଉପସ୍ଥିତ ସରପଞ୍ଚଙ୍କ ସ୍ମାମୀ ଓ ଅନ୍ୟମାେନେ ସେଠାରେ ପହଞ୍ଚିବା ସମୟରେ ଫ୍ୟାନରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ସଂପର୍କରେ ସରପଞ୍ଚଙ୍କ ସ୍ୱାମୀ ସ୍ମିତାରାଣୀଙ୍କ ବାପାଙ୍କୁ ଖବର ଦେବା ସହ ସ୍ମିତାଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରିଥିଲେ।

jajpur sus dead କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଡକ୍ତରଖାନାରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏନେଇ ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ଘଟଣାର ତଦନ୍ତ ପାଇଁ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ୮ବର୍ଷ ତଳେ ସ୍ମିତାରାଣୀଙ୍କ ବିବାହ ହୋଇଥିବା ବେଳେ ସେ ହରିଦାସପୁର ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ସ୍ୱାମୀ ତାଳଚେର ଏନଟିପିସିରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ୮ବର୍ଷର ଝିଅଟିଏ ରହିଛି । ତେବେ ସ୍ମିତାରାଣୀଙ୍କ ଏଭଳି ସନ୍ଦେହ ଜନକ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ଲାଗିରହିଥିବା ବେଳେ ଏସଂପର୍କରେ ପୋଲିସର କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ଧର୍ମଶାଳା ମେଡିକାଲରେ ଯାଜପୁର ଏସଡିପିଓ କେଦାରନାଥ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚିତ ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.