Below header

ଜୁଆ ଖେଳ ନିଶାରେ ପାଗଳ ହେଲେ ବ୍ୟକ୍ତି, ନିଜକୁ କ୍ୟାନ୍ସର ହେଇଛି କହି ଆଦାୟ କରିନେଲେ ୨୫ ଲକ୍ଷ

ମୋତେ କ୍ୟାନ୍ସର, ଦୟାକରି ମୋତେ କିଛି ସାହାଯ୍ୟ କର । ଆପଣଙ୍କ ସାହାଯ୍ୟରେ ମୁଁ ବଞ୍ଚିପାରିବି, ଆପଣ ଚାହିଁଲେ ମୋତେ ନୂଆ ଜୀବନ ଦେଇପାରିବେ । ଦୟାକର ମୋତେ ସାହାଯ୍ୟ କର, ଆଉ କ୍ୟାନ୍ସର ରୋଗରୁ ମୋତେ ରକ୍ଷା କର ।

ମୋତେ କ୍ୟାନ୍ସର, ଦୟାକରି ମୋତେ କିଛି ସାହାଯ୍ୟ କର । ଆପଣଙ୍କ ସାହାଯ୍ୟରେ ମୁଁ ବଞ୍ଚିପାରିବି, ଆପଣ ଚାହିଁଲେ ମୋତେ ନୂଆ ଜୀବନ ଦେଇପାରିବେ । ଦୟାକର ମୋତେ ସାହାଯ୍ୟ କର, ଆଉ କ୍ୟାନ୍ସର ରୋଗରୁ ମୋତେ ରକ୍ଷା କର । ଏମିତି କହି କହି ଲୋକଙ୍କ ଠାରୁ ଜୁଗାଡ କରିଦେଲା ୨୫ ଲକ୍ଷ ଟଙ୍କା । କଣ ହେଲା ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି, ଭାବୁଛନ୍ତି ଏ କେମିତିକା ବାଜ୍ୟ ମଜାକ୍‌ । ନିଜ ଦେହ ବିଷୟରେ ଏତେ ବଡ ମିଛ କିଏ କଣ କହିପାରେ ।

ହଁ ଆଜ୍ଞା ଜଣେ ବ୍ୟକ୍ତି ୪ର୍ଥ ଷ୍ଟେଜ କ୍ୟାନ୍ସର ହୋଇଛି ବୋଲି କହି ହଜାର ହଜାର ଲୋକଙ୍କ ଭାବନା ସହ ଖେଳ ଖେଳି ୨୫ ଲକ୍ଷ ଟଙ୍କା ଜୁଟାଇଛନ୍ତି । କିନ୍ତୁ ଧରାପଡିଗଲା ତାଙ୍କର ଚାଲାକି । ବ୍ୟକ୍ତି ଜଣଙ୍କ ନିଜ ଭୁଲ ସ୍ୱିକାର କରି ଏମିତି କରିବା ପଛରେ ଯେଉଁ କାରଣ ବତାଇଲା ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ନିରାଶ ଲୋକ କେବେ କେବେ ହତାସ୍‌ କରିବା ଭଳି କାମ କରନ୍ତି । କିନ୍ତୁ ମାରାତ୍ମକ ରୋଗର ବାହାନା କରି ଟଙ୍କା ଜୁଗାଡ କରିବାକୁ ଆପଣ କଣ କହିବେ? ଯେତେବେଳେ ଜଣେ ୩୭ ବର୍ଷିୟ ଆମେରିକୀୟ ବ୍ୟକ୍ତିଙ୍କ ମିଛ ଉପରୁ ପରଦା ଉଠିଲା ସମସ୍ତେ ଏକଦମ୍‌ ହତବାକ୍‌ ହୋଇଗଲେ । ରୋବ୍‌ ମର୍ସର ନାମକ ଜଣେ ବ୍ୟକ୍ତି ନିଜକୁ କ୍ୟାନ୍ସର ପୀଡିତ କହି ଗୋ-ଫଣ୍ଡ-ମି ଜରିଆରେ ହଜାର ହଜାର ଲୋକଙ୍କ ଭାବନା ସହ ଖେଳ ଖେଳିଛନ୍ତି । ଆଉ ନିଜ ନାଁରେ କରିଦେଇଛନ୍ତି ୨୫ ଲକ୍ଷ ଟଙ୍କା । କିନ୍ତୁ ଏ ବ୍ୟକ୍ତିଙ୍କ ଚାଲାକୀ ଧରାପଡିଗଲା ।

ସୂଚନା ମୁତାବକ କାଲିଫର୍ନିଆର ରୋବ, ପୋକର ଟୁର୍ଣ୍ଣାମେଣ୍ଟର ଓ୍ଵାଲର୍ଡ ସିରିଜରେ ଖେଳିବା ପାଇଁ ଏତେ ବ୍ୟାକୁଳ ଥିଲେ ଯେ ସେ ନିଜକୁ କ୍ୟାନ୍ସର ପୀଡିତ କହି ଗୋଫଣ୍ଡମି ନାମକ ଏକ ପେଜ୍‌ ବନାଇଲେ । ଯାହାଦ୍ୱାରା ହଜାର ହଜାର ଲୋକଙ୍କ ଭାବନା ସହ ଖେଳି ଲୋକଙ୍କୁ ଠକିଲେ । ରୋବକୁ ଜୁଆ କମ୍ୟୁନିଟୀର ସପୋର୍ଟ ସେତେବେଳେ ମିଳିଲା ଯେତେବେଳେ ସେ କହିଲା ସେ କେବଳ ବର୍ଷେ ୬ ମାସର ଅତିଥି । ଏବଂ ଟୁର୍ଣ୍ଣାମେଣ୍ଟରେ ଖେଳିବା ତାଙ୍କର ସ୍ୱପ୍ନ ।

ଯଦିଓ ଏହି ବ୍ୟକ୍ତିଙ୍କର ମିଛି ସେତେବଳେ ଧରାପଡିଗଲା ଯେତେବେଳେ ସାହାଯ୍ୟକାରୀ ମାନେ ତାଙ୍କୁ କ୍ୟାନ୍ସର ବିଷୟରେ ଅଧିକ ପଚରାଉଚୁରା କରାଗଲା । ବ୍ୟକ୍ତି ଜଣଙ୍କ ଗୋଳମାଳିଆ ଉତ୍ତର ଦେଲେ । ବ୍ୟକ୍ତିଙ୍କର ଏହି ଅଜବ ବ୍ୟବହାର ସାହାଯ୍ୟକାରୀଙ୍କୁ ସନ୍ଦେହ ଘେରରେ ପକାଇଲା ଯାହାପରେ ତାଙ୍କର ମିଛ କାହାଣୀ ଧରାପଡିଗଲା । ବହୁତ ଜଲଦି ଏହାର ମଧ୍ୟ ପର୍ଦ୍ଦାଫାସ୍‌ ହୋଇଗଲା । କାହିିଁକିନା ବ୍ୟକ୍ତି ଜଣଙ୍କ ଡାକ୍ତର ପ୍ରେସକ୍ରିପସନ ସହିତ ନିଜ ରୋଗ ବିଷୟରେ ସଠିକ ଭାବେ କହିପାରିଲେନି । ଯାହାପରେ ବ୍ୟକ୍ତି ଓଗାଳିଲେ ସବୁ ସତ ।

ବ୍ୟକ୍ତି ନିଜେ ସ୍ୱିକାର କଲେ ଯେ ତାଙ୍କୁ କ୍ୟାନ୍ସର ହୋଇନି । ସେ କେବଳଜୁଆ ଖେଳରେ ଭାଗ ନେବାକୁ ଏଭଳି ଏକ ମିଛ ଡ୍ରାମା ପ୍ଲାନ୍‌ କରିଥିଲେ । ସେହିପରି ଏହି ମାମଳାରେ କ୍ରାଉଡଫଣ୍ଡିଙ୍ଗ େଓ୍ଵବସାଇଟ ଜଣାଇଛି ଯେ ଯେଉଁମାନେ ଯେତେଟଙ୍କା ଏ ବ୍ୟକ୍ତିଙ୍କୁ ଦାନ କରିଛନ୍ତି ସେ ସବୁ ଟଙ୍କା ରିଫଣ୍ଡ ମିଳିବ । କେହି ପ୍ଳାଟଫର୍ମକୁ ଏଭଳି ଭାବେ ଦୁରୂପଯୋଗ କରିବ ତାହାକୁ କେବେବି ବରଦାସ୍ତ କରାଯିବନାହିଁ । ଆଉ ଏଭଳି କାମ ଯିଏ କରିବ ତାହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଯାହା ସୂଚନା ରହିଛି ଏହି କ୍ରାଉଡ ଫଣ୍ଡିଙ୍ଗକୁ ତୁରନ୍ତ ହିଁ ହଟାଇ ଦିଆଯାଇଛି । ଆଉ ଏ ବ୍ୟକ୍ତି ଯେପରି ଭବିଷ୍ୟତରେ କୌଣସି ବି କ୍ରାଉଡଫଣ୍ଡିଙ୍ଗ ପାଇଁ ପ୍ଲାଟଫର୍ମର ବ୍ୟବହାର କରିବନାହିଁ ସେଥିପ୍ରତି ପ୍ରତିବନ୍ଧିତ ଲଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.