ନୂଆଁଖାଇ ଭେଟଘାଟ ଶେଷ ସଂଧ୍ୟା, ଯୋଗଦେଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ

ଝାରସୁଗୁଡ଼ାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଶେଷ ସଂଧ୍ୟା ବେଶ ଆକର୍ଷଣୀୟ ଥିଲା । ଉତ୍ସବରେ ଆଇଜି ଦୀପକ କୁମାର, ଏସପି ସ୍ମିତ ପରମାର ପୁରୁଷୋତ୍ତମଦାସ, ବେଦାନ୍ତ ସିଓଓ ପ୍ରମୁଖ ଉପସ୍ଥିତ ଥିଲେ। ବଲିଉଡ ସୁପରଷ୍ଟାର ଗୋବିନ୍ଦା,

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଶେଷ ସଂଧ୍ୟା ବେଶ ଆକର୍ଷଣୀୟ ଥିଲା । ଉତ୍ସବରେ ଆଇଜି ଦୀପକ କୁମାର, ଏସପି ସ୍ମିତ ପରମାର ପୁରୁଷୋତ୍ତମଦାସ, ବେଦାନ୍ତ ସିଓଓ ପ୍ରମୁଖ ଉପସ୍ଥିତ ଥିଲେ। ବଲିଉଡ ସୁପରଷ୍ଟାର ଗୋବିନ୍ଦା, କଣ୍ଠଶିଳ୍ପୀ ଅଭିଜିତ ସାୱନ୍ତ ଓ ରଞ୍ଜିତ ରଜୱାଡାଙ୍କ ଭଳି କଳାକାରଙ୍କ ଗୀତ ଓ ନାଚରେ ଝୁମିଥିଲେ ଦର୍ଶକ ।

କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ , ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର , ତମନ୍ନା ବ୍ୟାସ ପ୍ରମୁଖ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଥିଲେ । ପାରମ୍ପାରିକ ଲୋକନୃତ୍ୟ ରସରକେଲି, ମାଇଲାଜଡ଼, ଡାଲଖାଇରେ ଦୁଲୁକି ଉଠିଥିଲା ମଞ୍ଚ। ଓଲିଉଡ ତାରକା ଶୀତଲ ପାତ୍ରଙ୍କ ଝିଲମିଲ ଓ ରିମଝିମ୍ ପାନି ଗୀତର ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ଶନିବାର ନବ ଦାସ ଫାଉଣ୍ଡେସନ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ପ୍ରଥମ ଦିନରେ ବିଭିନ୍ନ ସଂଗଠନ, ସଂସ୍ଥାର ଯୁବକ ଯୁବତୀ ଆସି ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର ମାନେ ଆସି ନିଜ କଳା ପ୍ରଦର୍ଶନ କରିଥିଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.