ମଣିଷ ଶରୀରରେ ଘୁଷୁରୀ ହାର୍ଟ, ଏଭଳି ଟ୍ରାନ୍ସପ୍ଲାଣ୍ଟ କରିବାରେ ଦୁନିଆର ଏହି ବ୍ୟକ୍ତି ଦ୍ୱିତୀୟ ରୋଗୀ

ଜଣେ ୫୮ ବର୍ଷିୟ ବ୍ୟକ୍ତିଙ୍କ ହୃଦୟରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ଘୁଷୁରୀ ହାର୍ଟ । ଏଭଳି କିଛି ଚମତ୍କାର କରି ଦେଖାଇଛନ୍ତି ଆମେରିକାର କିଛି ଡାକ୍ତର । ଏହି ଟ୍ରାନ୍ସପ୍ଲାଣ୍ଟରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରି ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇଛି ।

ମଣିଷ ଶରୀରରେ ଘୁଷୁରୀ ହାର୍ଟ । କଣ ଦର୍ଶକବନ୍ଧୁ ବିଶ୍ୱାସ ହେଉନି କି । ଜଣେ ୫୮ ବର୍ଷିୟ ବ୍ୟକ୍ତିଙ୍କ ହୃଦୟରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ଘୁଷୁରୀ ହାର୍ଟ । ଏଭଳି କିଛି ଚମତ୍କାର କରି ଦେଖାଇଛନ୍ତି ଆମେରିକାର କିଛି ଡାକ୍ତର । ଏହି ଟ୍ରାନ୍ସପ୍ଲାଣ୍ଟରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରି ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇଛି । ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବାରେ ଦୁନିଆର ଏହି ବ୍ୟକ୍ତି ଦ୍ୱିତୀୟ ରୋଗୀ ହୋଇଛନ୍ତି । ଯାହା ଡାକ୍ତରୀ ଅନୁସନ୍ଧାନର ଏକ ବଡ଼ ସଫଳତା । ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ଏବଂ ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଏଭଳି ଟ୍ରାନ୍ସପ୍ଲାଣ୍ଟ କରାଯାଇଛି, ଯାହା ସଫଳ ହୋଇଛି ।

ମେଡିକାଲ ଜଗତରେ ଏହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ । ଏହି ସଫଳତା ପରେ ଅନେକ ରୋଗୀ ଆଶା ବାନ୍ଧି ବସିଛନ୍ତି ସେମାନଙ୍କର ବି ସଫଳତାର ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ଆଧୁନିକ ଯୁଗରେ ସବୁକିଛି ସମ୍ଭବ । ଏନେଇ ଏଭଳି କିଛି ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ହୋଇପାରୁଛି । ତେବେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ରିପୋର୍ଟ ଅନୁସାରେ ପଶୁଙ୍କ ଅଙ୍ଗକୁ ମାନବ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରିବାକୁ ଜେନୋଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ । ବର୍ତ୍ତମାନ ୧ ଲକ୍ଷରୁ ଅଧିକ ଆମେରିକୀୟ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅପେକ୍ଷାରେ ଅଛନ୍ତି। ୟୁନିଭର୍ସିଟି ଅଫ ମେରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନର ବିଶେଷଜ୍ଞଙ୍କ ଦ୍ୱାରା ଦୁଇ ଜଣ ରୋଗୀଙ୍କ ହାର୍ଟ ପ୍ରକ୍ରିୟା କରାଯାଇଥିଲା । ଗତ ବର୍ଷ ଟ୍ରାନ୍ସପ୍ଲାଣ୍ଟର ଦୁଇ ମାସ ପରେ ପ୍ରଥମ ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି ।

ବର୍ତ୍ତମାନ ଏହି ଦ୍ୱିତୀୟ ଅପରେସନ୍ ବୁଧବାର ଦିନ ହୋଇଥିଲା, ଯେଉଁଥିରେ ରୋଗୀ ଲରେନ୍ସ ଫାନ୍ସେଟ୍ ପୂର୍ବରୁ ଦିଆଯାଇଥିବା ଭାସ୍କୁଲାର ରୋଗ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ଭଳି ସମସ୍ୟା ପାଇଁ ମଣିଷ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଯୋଗ୍ୟ ଥିଲେ। ଦୁଇ ପିଲାଙ୍କ ବାପା ଫାନ୍ସେଟ ହୃଦଘାତରେ ପିଡିତ ଥିଲେ ।

ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି ଯେ ଫାନ୍ସେଟ ବର୍ତ୍ତମାନ ନିଜେ ନିଶ୍ୱାସ ନେଇ ପାରୁଛନ୍ତି ଏବଂ ସପୋର୍ଟ ଡିଭାଇସ ବିନା ସାହାଯ୍ୟରେ ନୂଆ ହାର୍ଟ ଭଲ କାମ କରୁଛି । ସେ ଶରୀରକୁ ନୂଆ ଅଙ୍ଗରୁ ଯେପରି କୌଣସି କ୍ଷତି ନପହଞ୍ଚିବ ସେଥିପାଇଁ ଆଣ୍ଟି-ରିଜେକ୍ସନ ମେଡିସିନ ଖାଉଛନ୍ତି । ଏହା ସହିତ ଏକ ନୂଆ ଆଣ୍ଟିବଡି ଥେରାପି ମଧ୍ୟ ନେଉଛନ୍ତି । ଡାକ୍ତରଙ୍କ କହିବାନୁସାରେ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି । ଡାକ୍ତରମାନେ ଆଶା କରୁଛନ୍ତି ଯେ ଏହି ଟେକ୍ନୋଲୋଜିର ସଫଳତା ପରେ ଏକ ଲକ୍ଷରୁ ଅଧିକ ଆମେରିକୀୟ ବଞ୍ଚିବାର ନୂଆ ଆଶା ପାଇବେ । ଅନେକ ରୋଗୀଙ୍କ ପାଇଁ ଏହା ଲାଭଦାୟକ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.