ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି କି ? ସହାୟକ ହେବ ଘରୋଇ ଉପଚାର

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଜଙ୍କ୍‌ ଫୁଡ୍‌ ଖାଇବା କାରଣରୁ ଲୋକଙ୍କ ମୋଟା ହେବା ସମସ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ହେଲ୍ଥ ଏକ୍ସପର୍ଟ ଅନୁସାରେ ମୋଟା ହେବା ଯୋଗୁ ଅନେକ ପ୍ରକାରର ରୋଗ ହୋଇଥାଏ । ଆମେ ଆପଣଙ୍କୁ ଏକ ସହଜ ଉପାୟ ଜଣାଇବୁ ଯାହା ସାହାଯ୍ୟରେ ବହୁତ ସହଜରେ ଓଜନ କମ୍‌ କରିପାରିବେ ।

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଜଙ୍କ୍‌ ଫୁଡ୍‌ ଖାଇବା କାରଣରୁ ଲୋକଙ୍କ ମୋଟା ହେବା ସମସ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ହେଲ୍ଥ ଏକ୍ସପର୍ଟ ଅନୁସାରେ ମୋଟା ହେବା ଯୋଗୁ ଅନେକ ପ୍ରକାରର ରୋଗ ହୋଇଥାଏ । ତେବେ ଯଦି ମୋଟା ହେବା ସମସ୍ୟାକୁ ଅଣଦେଖା କରୁଛନ୍ତି ତାହେଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇପାରେ । ମୋଟା ହେବା ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ଜିମ୍‌ ଯିବା ସହ ଡାଏଟ୍‌ ମଧ୍ୟ କରନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ, ଯେଉଁ ଲୋକଙ୍କ ପାଖରେ ଜିମ୍‌ ଯିବା ପାଇଁ ସମୟ ନାହିଁ ସେମାନେ କିପରି ଓଜନ କମ କରିବେ । ଏଥିରେ ଆମେ ଆପଣଙ୍କୁ ଏକ ସହଜ ଉପାୟ ଜଣାଇବୁ ଯାହା ସାହାଯ୍ୟରେ ବହୁତ ସହଜରେ ଓଜନ କମ୍‌ କରିପାରିବେ । ବାଦାମ ଖାଇଲେ ମଧ୍ୟ ଓଜନ କମ୍‌ ହୋଇଥାଏ ।

ୟୁନିଭର୍ସିଟି ଅଫ୍‌ ସାଉଥ୍‌ ଅଷ୍ଟ୍ରେଲିଆ ଅନୁସନ୍ଧାନକାରିଙ୍କ ମୁତାବକ୍‌, ବାଦାମରେ ପ୍ରୋଟିନ୍‌ ବ୍ୟତୀତ ହେଲ୍ଦି ଫ୍ୟାଟ୍‌ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଫ୍ୟାଟ୍‌ କମ୍‌ ହୋଇଥାଏ । ତେବେ ଏହା ମଧ୍ୟ ଜଣାପଡିଛି ଯେ ବାଦାମ ଖାଇଥିବା କିଛି ଲୋକଙ୍କ ଓଜନ ୭ କିଲୋ କମ୍‌ ହୋଇଛି ।

ବାଦାମରୁ କିପରି ଲାଭ ମିଳେ :
ବାଦାମରେ ଆଣ୍ଟିଅକ୍ସିଡାଣ୍ଟ ସହ ପ୍ରୋଟିନ୍‌ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ବାଦାମ ଖାଇବା ଦ୍ୱାରା ଶରୀରରେ ଶକ୍ତିର ଅଭାବ ଅନୁଭବ ହୁଏ ନାହିଁ । ଏହା ବ୍ୟତୀତ ବାଦାମ ଖାଇବା ଦ୍ୱାରା ଶରୀର ଆକ୍ଟିଭ ରହିଥାଏ । ବାଦାମ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍‌ର ଅଭାବ ପୁରା ହୋଇଥାଏ ।

କିଭଳି ବାଦାମ ଖାଇବା ଉଚିତ୍‌ :
ତେବେ ଓଜନ କମ୍‌ କରିବା ପାଇଁ ବାଦାମ ଖାଇବାର ସଠିକ୍‌ ପଦ୍ଧତି ଜାଣିବା ଉଚିତ୍‌ । ହେଲ୍ଥ ଏକ୍ସପର୍ଟଙ୍କ ଅନୁସାରେ, ୫ ରୁ ୧୦ ବର୍ଷର ଛୁଆ ପ୍ରତି ଦିନ ୨ ରୁ ୪ଟି ବାଦାମ ଖାଇବା ଜରୁରୀ । ଏହାସହ ୧୮ ରୁ ୨୦ ବର୍ଷର ପିଲା ପ୍ରତିଦିନ ୬ ରୁ ୮ ଟି ବାଦାମ ଖାଇବା ଉଚିତ୍‌ । ତେବେ ମହିଳାମାନେ ସବୁ ଦିନ ୧୨ଟି ବାଦାମ ଖାଇବା ଉଚିତ୍‌ ।

ବାଦାମ ଖାଇବା ପୂର୍ବରୁ କିଛି ଜରୁରୀ କଥା ଧ୍ୟାନ ରଖିବା ଉଚିତ୍‌ । ତେବେ ଯେଉଁ ଲୋକଙ୍କୁ ବାଦାମରୁ ଆଲର୍ଜି ଅଛି, ସେମାନେ ହେଲ୍ଥ ଏକ୍ସପର୍ଟଙ୍କ ପରାର୍ମଶରେ ବାଦାମ ଖାଇବା ଜରୁରୀ । ଏହା ବ୍ୟତୀତ ଅଧିକ ବାଦାମ ଖାଇବା ଠିକ୍‌ ନୁହେଁ । କାରଣ ଅଧିକ ବାଦାମ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ତେବେ ଏହି ଘରୋଇ ଉପଚାରକୁ ଫଲୋ କରିବା ସହ ଏକ୍ସରସାଇଜ ମଧ୍ୟ କରିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.