ଯବାନଙ୍କ ଚାପୁଡାରେ ଚାଲିଗଲା ୫୪ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ, କାର୍‌ ହେଡଲାଇଟ ପଡିବା ନେଇ ହୋଇଥିଲା ଯୁକ୍ତିତର୍କ

 ଯବାନଙ୍କ ଚାପଡାରେ ୫୪ ବର୍ଷୀୟ ଜଣେ ସାଧାରଣ ବ୍ୟକ୍ତିଙ୍କ ଚାଲିଗଲା ଜୀବନ ।  କାର୍‌ ହେଡଲାଇଟ୍‌ ମୁଁହରେ ପଡିବା ଯୋଗୁ ଏସ୍‌ଆରପିଏଫ ଯବାନ ନିଖିଲ ଓ ଜଣେ ୫୪ ବର୍ଷୀୟ ସାଧାରଣ ବ୍ୟକ୍ତି ମୁରଲିଧରଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ଯବାନଙ୍କ ଚାପୁଡାରେ ଚାଲିଗଲା ୫୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଜୀବନ ।  କାର୍‌ ହେଡଲାଇଟ୍‌ ମୁଁହରେ ପଡିବା ଯୋଗୁ ଏସ୍‌ଆରପିଏଫ ଯବାନ ନିଖିଲ ଓ ୫୪ ବର୍ଷୀୟ ବ୍ୟକ୍ତି ମୁରଲିଧରଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ଘଟଣାଟି ମହାରାଷ୍ଟ୍ରର ନାଗପୁରରୁ ସାମ୍ନାକୁ ଆସିଛି  ।

ସୂଚନା ମୁତାବକ, ନାଗପୁରର ଓ୍ଵାଥୋଡା ଥାନା ଅନ୍ତର୍ଗତ ମାତା ମାଣ୍ଡିର ଅଞ୍ଚଳରେ ଷ୍ଟେଟ ରିର୍ଜଭ ପୋଲିସ ଫୋର୍ସର ଯବାନ ନିଖିଲ ଗୁପ୍ତା ତାଙ୍କ ଭଉଣୀଙ୍କୁ ଭେଟିବା ପାଇଁ ଆସିଥିଲେ । ନିଖିଲା ତାଙ୍କ କାର୍‌ ଠିଆ କରୁଥିବା ସମୟରେ ତାଙ୍କ କାର୍‌ ହେଡଲାଇଟ୍‌ ସେହି ଏରିଆରେ ରହୁଥିବା ମୁରଲିଧର ରାମରାଜୀ ନେଓ୍ଵର୍‌ ନାମକ ଜଣେ ବ୍ୟକ୍ତିଙ୍କ ମୁଁହରେ ପଡିଥିଲା ।

ନେଓ୍ଵର୍‌ ବହୁତ ନମ୍ର ଭାବେ ହେଡଲାଇଟ୍‌ ବନ୍ଦ କରିବା ପାଇଁ କହିଥିଲେ, ହେଲେ ଯବାନ ଏହି କଥାରେ ରାଗି ଯାଇଥିଲେ । ଏହାପରେ ଦୁଇଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦରେ ମୁରଲିଧରଙ୍କ ଜୀବନ ଚାଲିଯାଇଛି । ଝଗଡାରେ  ଯବାନ ଜଣକ ମୁରଲିଧରଙ୍କୁ ଚାପୁଡା ମାରିଥିଲେ । ଚାପୁଡା ମାରିବା ପରେ ବ୍ୟକ୍ତି ତଳେ ପଡି ଯାଇଥିଲେ ଏବଂ ତାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକ ସଙ୍ଗେ ସଙ୍ଗେ ସରକାରୀ ହସ୍ସପିଟାଲ ନେଇଥିଲେ । ହେଲେ ହସ୍ସପିଟାଲରେ ଡାକ୍ତର ମୁରଲିଧରଙ୍କୁ  ମୃତ ଘୋଷଣା କରିଥିଲେ ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ,  ଆଇପିସି ଧାରା ୩୦୪ ଅନୁଯାୟୀ ଷ୍ଟେଟ ରିର୍ଜଭ ପୋଲିସ  ଯବାନ ନିଖିଲ ଗୁପ୍ତାଙ୍କ ବିରୋଧରେ ମାମାଲା ରୁଜୁ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.