ବେଙ୍ଗଲ ରାମନମବୀ ରାଲିରେ ବନ୍ଧୁକ ଧରିଥିବା ଯୁବକ ଗିରଫ
ବେଙ୍ଗଲ ରାମନମବୀ ରାଲିରେ ବନ୍ଧୁକ ଧରିଥିବା ଯୁବକ ଗିରଫ । ବିହାର ମୁଙ୍ଗେରରୁ ଗିରଫ କରିଛି ପୋଲିସ । ତା ନାଁ ସୁମିତ ଶ । ସେ ରାମ ନବମୀ ରାଲିରେ ବନ୍ଧୁକ ଧରିଥିବା ସ୍ୱୀକାର କରିଛି। ପୋଲିସ ସୂତ୍ରରୁ ଏହା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ଟିଏମସି ନେତା ଅଭିଷେକ ବାନାର୍ଜୀ। ବିଜେପି କହିଛି ଏହା ହାଓଡ଼ାରେ ବିଶ୍ୱ ହିନ୍ଦୁ ପରିଷଦ ଆୟୋଜିତ କରିଥିବା ରାମନବମୀ ରାଲିର ଭିଡିଓ ନୁହେଁ।

ପାଟନା : ବେଙ୍ଗଲ ରାମନମବୀ ରାଲିରେ ବନ୍ଧୁକ ଧରିଥିବା ଯୁବକ ଗିରଫ । ବିହାର ମୁଙ୍ଗେରରୁ ଗିରଫ କରିଛି ପୋଲିସ । ତା ନାଁ ସୁମିତ ଶ । ସେ ରାମ ନବମୀ ରାଲିରେ ବନ୍ଧୁକ ଧରିଥିବା ସ୍ୱୀକାର କରିଛି। ପୋଲିସ ସୂତ୍ରରୁ ଏହା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ଟିଏମସି ନେତା ଅଭିଷେକ ବାନାର୍ଜୀ। ବିଜେପି କହିଛି ଏହା ହାଓଡ଼ାରେ ବିଶ୍ୱ ହିନ୍ଦୁ ପରିଷଦ ଆୟୋଜିତ କରିଥିବା ରାମନବମୀ ରାଲିର ଭିଡିଓ ନୁହେଁ।
ରାମନବମୀ ରାଲିବେଳେ ହୁଗୁଳି ଓ ହାଉଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଢେଲାମାଡ଼, ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ବେଙ୍ଗଲ ରାମନବମୀ ହିଂସାକୁ ନେଇ ରିପୋର୍ଟ ତଲବ କରିଛି। କୋଲକାତା ହାଇକୋର୍ଟ ମଧ୍ୟ ରିପୋର୍ଟ ତଲବ କରିଛନ୍ତି।
ରାମନବମୀ ହିଂସାକୁ ନେଇ ବଙ୍ଗ ରାଜାନୀତି ସରଗରମ। ପରସ୍ପରକୁ ଦାୟୀ କରୁଛନ୍ତି ବିଜେପି ଓ ଟିଏମସି। ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଅନ୍ୟପଟେ ହୁଗୁଳିରେ ହିଂସକାଣ୍ଡ ଘଟିଥିବା ଅଞ୍ଚଳ ନିଜେ ପରିଦର୍ଶନ କରିଛନ୍ତି ରାଜ୍ୟପାଳ। ରାମନବମୀ ପରଠାରୁ ହିଂସାକାଣ୍ଡ ଲାଗି ରହିଛି। ଗତକାଲି ରାତିରେ ହୁଗୁଳିରେ ଆଉ ଏକ ହିଂସାକାଣ୍ଡ ଘଟିଥିଲା। ଆଜି ଟ୍ରେନ ସେବା ବାତିଲ କରିଦିଆଯାଇଥିଲା।