Below header

ରୁଷ୍‌କୁ ନାଟୋ ଚ୍ୟାଲେଞ୍ଜ, ୩୧ତମ ଦେଶ ଭାବେ ଆଜି ଫିନଲ୍ୟାଣ୍ଡ ନାଟୋରେ ହେଲା ସାମିଲ

ରୁଷ୍‌କୁ ନାଟୋ ଚ୍ୟାଲେଞ୍ଜ । ୩୧ତମ ଦେଶ ଭାବେ ଆଜି ଫିନଲ୍ୟାଣ୍ଡ, ନାଟୋ ସାମରିକ ମେଣ୍ଟରେ ମିଶିଛି । ରୁଷର ୟୁକ୍ରେନ ଆକ୍ରମଣ ଭିତରେ ନିଜକୁ ଅଧିକ ଶକ୍ତିଶାଳୀ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛି ନାଟୋ । ଆଉ ରୁଷକୁ ଦେଇଛି ଖୋଲା ଚ୍ୟାଲେଞ୍ଜ ।

ନୂଆଦିଲ୍ଳୀ : ରୁଷ୍‌କୁ ନାଟୋ ଚ୍ୟାଲେଞ୍ଜ । ୩୧ତମ ଦେଶ ଭାବେ ଆଜି ଫିନଲ୍ୟାଣ୍ଡ, ନାଟୋ ସାମରିକ ମେଣ୍ଟରେ ମିଶିଛି । ରୁଷର ୟୁକ୍ରେନ ଆକ୍ରମଣ ଭିତରେ ନିଜକୁ ଅଧିକ ଶକ୍ତିଶାଳୀ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛି ନାଟୋ । ଆଉ ରୁଷକୁ ଦେଇଛି ଖୋଲା ଚ୍ୟାଲେଞ୍ଜ ।

ନାଟୋରେ ୟୁକ୍ରେନ ମିଶିବାକୁ ନେଇ, ରୁଷ ୟୁକ୍ରେନ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଗୋଟିଏ ବର୍ଷରୁ ଅଧିକ ସମୟ ହେବ, ଯୁଦ୍ଧ ଚାଲିଛି । ଠିକ୍‌ ଏହାରି ଭିତରେ , ୭୪ତମ ପ୍ରତିଷ୍ଠା ଦିବସରେ ନାଟୋ ସୀମା ସଂପ୍ରସାରିତ ହୋଇଛି ।  ୟୁରୋ-ଆଟଲାଣ୍ଟିକ ଅଞ୍ଚଳ ଅଧିକ ସୁରକ୍ଷିତ ହେବା ସହ ରୁଷର ଟେନସନ୍‌ ବଢ଼ିଛି । ମସ୍କୋର ଧମକକୁ ବେଖାତିର କରି ନାଟୋ ସଦସ୍ୟତା ପାଇଁ ଆବେଦନ କରିଥିଲେ ଫିନଲ୍ୟାଣ୍ଡ ଓ ସ୍ୱୀଡ଼େନ । ଫିନଲ୍ୟାଣ୍ଡ ଆଜି ନାଟୋରେ ମିଶିଛି ।

ଏପଟେ ନାଟୋରେ ମିଶିବାକୁ ଗୋଡ କାଢି ବସିଛି ସ୍ୱୀଡେନ୍‌ । ତୁର୍କୀର ସବୁଜ ସଂକେତକୁ ଅପେକ୍ଷା କରିଛି । ୟୁକ୍ରେନ ଆକ୍ରମଣ ପରେ ନାଟୋର ସୀମା ସଂକୁଚିତ ହେବ ବୋଲି ରୁଷ ଭାବିଥିଲା । ହେଲେ ଫଳ ଓଲଟା ହେଲା। ରୁଷ ସୀମାକୁ ମାଡ଼ି ଆସିଲା ନାଟୋ। ରୁଷ ଏବଂ ଫିନଲ୍ୟାଣ୍ଡକୁ ବିଭାଜିତ କରୁଛି ୧୩ଶହ ୪୦ କିଲୋମିଟର ଦୈର୍ଘ୍ୟର ସୀମା । ଏବେ ଏହି ସୀମାରେ ନାଟୋର ରାଜ୍‌ ଚାଲିବ ।

ରୁଷ କହିଛି ଫିନଲ୍ୟାଣ୍ଡର ନାଟୋ ସଦସ୍ୟତା ଆମ ସୁରକ୍ଷା ଉପରେ ଆକ୍ରମଣ । ଷ୍ଟୋଲ ଟେନବର୍ଗ କହିଛନ୍ତି ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ରୁଷର ୟୁକ୍ରେନ ଆକ୍ରମଣର ରେଜଲ୍ଟ । କିଭ ବୈଦେଶିକ ମନ୍ତ୍ରୀ କୁଲେବା କହିଛନ୍ତି ନାଟୋରେ ୟୁକ୍ରେନ ସାମିଲ ହେଲେ ୟୁରୋପ ଅଧିକ ସୁରକ୍ଷିତ ହେବ । ଏଭିତରେ ରୁଷ ସେନାକୁ ଜେଲେନ୍‌ସ୍କି ଚେତାବନୀ ଶୁଣାଇଛନ୍ତି । ଏବେ ବି ସମୟ ଅଛି । ୟୁକ୍ରେନ ଛାଡ଼ି ପଳାଇ ଯାଅ। ନହେଲେ ସମସ୍ତେ ମରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.