ନିଶାରେ ଚୁର୍ ପ୍ରେମୀ ଯୁଗଳ, ଗାଡିକୁ ଟ୍ରେନ୍ ପ୍ଲାଟଫର୍ମରେ ପୁରାଇ ଦେଲେ
ରାଜଧାନୀ ଭୁବନେଶ୍ୱର ରେଲୱେ ଷ୍ଟେସନ୍ରେ ଘଟିଛି ଏଭଳି ଘଟଣା । କାର୍ର କିଛି ଅଂଶ ଫ୍ଲାଟଫର୍ମରେ ରହିଥିବା ବେଳେ କିଛି ଅଂଶ ବାହାରକୁ ରହିଥିଲା । ଟ୍ରେନ୍ ଟ୍ରାକ୍ ଆଡ଼କୁ ଝୁଲିକି ରହିଥିଲା କାର୍ ।କାର୍କୁ ଉଦ୍ଧାର କରିଥିଲା ଆରପିଏଫ୍ । କାର୍ ଭିତରୁ ବାହାରିଥିଲେ ଦୁଇ ଜଣ ଯୁବକ ଯୁବତୀ ।

ଭୁବନେଶ୍ବର(କେନ୍ୟୁଜ୍): ନିଶାସକ୍ତ ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଚୁର୍ ଥିବା ବେଳେ ଗାଡିକୁ ଟ୍ରେନ୍ ପ୍ଲାଟଫର୍ମରେ ପୁରାଇ ଦେଲେ । ରାଜଧାନୀ ଭୁବନେଶ୍ୱର ରେଲୱେ ଷ୍ଟେସନ୍ରେ ଘଟିଛି ଏଭଳି ଘଟଣା । କାର୍ର କିଛି ଅଂଶ ଫ୍ଲାଟଫର୍ମରେ ରହିଥିବା ବେଳେ କିଛି ଅଂଶ ବାହାରକୁ ରହିଥିଲା । ଟ୍ରେନ୍ ଟ୍ରାକ୍ ଆଡ଼କୁ ଝୁଲିକି ରହିଥିଲା କାର୍ ।
କାର୍କୁ ଉଦ୍ଧାର କରିଥିଲା ଆରପିଏଫ୍ । କାର୍ ଭିତରୁ ବାହାରିଥିଲେ ଦୁଇ ଜଣ ଯୁବକ ଯୁବତୀ । ଗାଡି ଭିତରୁ ମଦ ବୋତଲ ମିଳିଥିଲା । ସେମାନଙ୍କ ବିରୋଧରେ ଆରପିଏଫ୍ରେ ମାମଲା ରୁଜୁ ହୋଇଛି । ମାର୍ଚ୍ଚ ୩୧ ତାରିଖ ରାତିର ଘଟଣା