Below header

ଝାଡଖଣ୍ଡରୁ ମଧ୍ୟପ୍ରଦେଶ, ସାତ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ବାଇକ ପଛରେ ବସାଇ ପରୀକ୍ଷା କେନ୍ଦ୍ରରେ ପହଁଚିଲେ ସ୍ୱାମୀ

ଦୁନିଆରେ ଏମିତି କିଛି ନାହିଁ ଯେ ଯାହାକୁ ଆପଣ କରିବା ପାଇଁ ଚାହିଁବେ ଆଉ ତାହା ହୋଇପାରିବ ନାହିଁ। ଯଦି ମନରେ କିଛି କରିଦେଖାଇବାର ଦୃଢ଼ ମନୋବଳ ଥାଏ ତାହେଲେ କଠିନ ରୁ କଠିନ କାମ ମଧ୍ୟ ଆପଣଙ୍କ ପାଇଁ ସହଜ ହୋଇଯିବ। ଯଦି ମୁଁ ଯାହା କହୁଛି ଆପଣ ମିଛ ଭାବୁଛନ୍ତି ତାହେଲେ ଆଜି ଆପଣଙ୍କ ପାଇଁ ଏମିତି ଏକ ଉଦାହରଣ ନେଇ ଆସିଛି ଯାହା ବିଷୟରେ ଜାଣିବା ପରେ ଆପଣ ବି କହିବେ ହଁ, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ।

ଝାଡଖଣ୍ଡର ଜଣେ ଦମ୍ପତିଙ୍କ କଥା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁଥିରେ ଜଣେ ସ୍ୱାମୀ ନିଜ ଗର୍ଭବତୀ ସ୍ତ୍ରୀକୁ ପଛରେ ବସାଇ ୧୩୦୦ କିଲୋମିଟର ବାଇକ ଚଲାଇ ସ୍ତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଁଚାଇଛନ୍ତି। ୨୮ ଅଗଷ୍ଟରେ ନିଜ ଯାତ୍ରା ଆରମ୍ଭ କରିଥିବା ଏହି ଯୋଡି ୩୦ ଅଗଷ୍ଟରେ ଯାଇ ମଧ୍ୟପ୍ରଦେଶର ଗ୍ଵାଲିୟରରେ ପହଁଚିଛନ୍ତି।

pregnant1ସ୍ତ୍ରୀ ନିଜ ଡିପ୍ଲୋମାର ସେକେଣ୍ଡ ଇୟର ପରୀକ୍ଷାକୁ ଯେମିତି ମିସ୍‌ ନକରିବେ ସେଥିପାଇଁ ସ୍ୱାମୀ ବାଇକ ପଛରେ ବସାଇ ପରୀକ୍ଷା କେନ୍ଦ୍ରରେ ପହଁଚିଥିଲେ। ସ୍ୱାମୀ ଦଶରଥ ଚାହୁଁଥିଲେ ଯେ ସ୍ତ୍ରୀ ସୋନି ଯେପରି ନିଜ ସ୍ୱପ୍ନ ପୂରା କରିପାରିବେ ଆଉ ନିଜ କ୍ୟାରିୟର ଗଢ଼ିପାରିବେ। ଏଥିପାଇଁ ସୋନି ତାଙ୍କ ଗହଣା ବିକ୍ରି କରି ପରୀକ୍ଷା ପାଇଁ ଟଙ୍କା ଯୋଗାଡ କଲେ। ସୋନି ସାତ ମାସର ଗର୍ଭବତୀ, ତଥାପି ସ୍ୱାମୀ ନିଜ ସ୍ତ୍ରୀର ଇଚ୍ଛାକୁ ପୂରଣ କରିବା ପାଇଁ ବର୍ଷାରେ ରେନକୋଟ ପିନ୍ଧି ବାହାରିପଡିଥିଲେ ପରୀକ୍ଷା କେନ୍ଦ୍ର ଅଭିମୁଖେ।

ସ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱାମୀ ମଧ୍ୟ ତାଙ୍କ ସାଥ୍‌ ଦେଇଥିଲେ ଆଉ ସେ ସୋନିଙ୍କୁ ଜଣେ ଶିକ୍ଷକ ଭାବରେ ଦେଖିବାକୁ ଚାହୁଁଥିଲେ। ସେଥିପାଇଁ ଅନେକ ବାଧାବିଘ୍ନକୁ ସାମ୍ନା କରି ନିଜ ସ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ କରିବାକୁ ଆଗେଇ ଆସିଛନ୍ତି। ତେବେ ଅନେକ ବାଧାବିଘ୍ନକୁ ସାମ୍ନା କରି ଝାଡଖଣ୍ଡରୁ ମଧ୍ୟପ୍ରଦେଶରେ ପହଁଚିଥିଲେ। ବାଟରେ ବର୍ଷା ଝଡିକୁ ସାମ୍ନାକୁ କରି ଅନେକ କଷ୍ଟକୁ ସହି ପରୀକ୍ଷା କେନ୍ଦ୍ରରେ ପହଁଚିଥିବା ଏହି ଦମ୍ପତିଙ୍କୁ ସରକାର ସାହାଯ୍ୟ ଯୋଗାଇଦେବେ। ସେମାନଙ୍କ ଫେରିବା ସମୟରେ ବିମାନ ଯୋଗେ ଦିଲ୍ଲୀ ପଠାଇବା ସହିତ ଦିଲ୍ଲୀରୁ ଝାଡଖଣ୍ଡ ପାଇଁ ସମସ୍ତ ଟ୍ରାନ୍ସପୋର୍ଟ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ।

ତେବେ ଏଥିରେ ସୋନି କୁହନ୍ତି ମୋ ସ୍ୱାମୀଙ୍କ ପାଇଁ ମୁଁ ଆଜି ସାତ ମାସର ଗର୍ଭବତୀ ଥାଇ ମଧ୍ୟ ପରିକ୍ଷା ଦେବା ପାଇଁ ଏତେ ସବୁ କଠିନକୁ ସାମ୍ନା କରିବାକୁ ସାହାସ ଯୁଟାଇପାରିଛି। ମୋ ସ୍ୱାମୀ ମୋ ପାଇଁ ପ୍ରେରଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.