କ’ଣ ଆପଣଙ୍କ ଉପରେ ରହିଛି କି ଶନିଙ୍କ ପ୍ରକୋପ, ଏହି ଉପାୟରେ କରନ୍ତୁ ଦୂର

କୁହନ୍ତି ଶନି ଗ୍ରହ ସୁବୁଠୁ ଅଧିକ କ୍ରୋଧ କରନ୍ତି। ଆଉ ଶନିଙ୍କର କୋପ ଦୃଷ୍ଟି ପଡ଼ିଥିଲେ ବ୍ୟକ୍ତିଠାରେ ବିଭିନ୍ନ ସମସ୍ୟା ଦେଖାଯାଏ । ଦେହ ଖରାପଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ । ଏଣୁ ଶନି ଦଶା ଏଡ଼େଇବା ପାଇଁ ଶନିଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ସନ୍ତୁଷ୍ଟ କରିବାର ଉପାୟଗୁଡ଼ିକ…

– ଭୋଜନରେ କଳା ଲୁଣ ଓ ଗୋଲମରିଚ ମିଶାଇ ଖାଆନ୍ତୁ। ଏହାଛଡା ଶନିବାର ଦିନ ଭିଜା ହୋଇଥିବା ଚଣା ମାଙ୍କଡ଼କୁ ଖୁଆନ୍ତୁ । ମିଠା ରୁଟିରେ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ।

shani 1

– ଯଦି ଶନି ଦେବତାଙ୍କର ଅଶୁଭ ଦଶା ଚାଲିଥାଏ, ତେବେ ଦୁଇ ମାସ ପର୍ଯ୍ୟନ୍ତ ମଦ କିମ୍ବା କୌଣସି ଆଲକୋହଲ ପିଅନ୍ତୁ ନାହିଁ। ପ୍ରତିଦିନ ପୂଜା କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଓଁ ନମଃ ଶିବାୟ ଜପ କରନ୍ତୁ । ଏହାଦ୍ୱାରା ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ।

– ଏକ ଲୁହା ପାତ୍ରରେ ସୋରିଷ ତେଲ ଭରି ସେଥିରେ ଏକ ତମ୍ବା କଏନ ପକାଇ ଘରର ଯେକୌଣସି ଅନ୍ଧାର ସ୍ଥାନରେ ରଖିଦିଅନ୍ତୁ ।

– ଶନିଙ୍କର କୁପ୍ରଭାବ ଦୂର କରିବା ପାଇଁ ଶନିବାର ଦିନ କଳା ଗାଈଙ୍କ ସେବା କରନ୍ତୁ । ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ। ତା’ ମଥାରେ ସିନ୍ଦୂର ଲଗାନ୍ତୁ। ଶିଙ୍ଗରେ ମାଳି ବାନ୍ଧନ୍ତୁ । ଏହାପରେ ତାକୁ ଲଡୁ ଖୁଆଇ ପ୍ରଣାମ କରନ୍ତୁ ।

dosha

– ପ୍ରତି ଶନିବାର ଦିନ ବର କିମ୍ବା ଓସ୍ତ ଗଛ ମୂଳେ ସୂର୍ଯ୍ୟ ଉଦୟ ପୂର୍ବରୁ ବାଦାମ ତେଲ ଦୀପ ଜଳାଇ ଶୁଦ୍ଧ କଞ୍ଚା କ୍ଷୀର ଦେବା ସହ ଧୂପ ଅର୍ପଣ କରନ୍ତୁ । ଶନିବାର ଦିନ ନିଜ ହାତରେ ୨୯ ହାତ ମାପର କଳା ଡୋର ନେଇ ଏହାକୁ ଗୁଡ଼ାଇ ବେକରେ ପକାନ୍ତୁ ।

ଏମିତି କିଛି ଉପାୟ ଏବଂ କାର୍ଯ୍ୟ ଆପଣାଇଲେ ଶନିଙ୍କ ଶୁଭ ଦୃଷ୍ଟି ପଡିଥାଏ। ଆଉ ଆପଣ ଶନିଙ୍କ ପ୍ରକୋପରୁ ନିଶ୍ଚିତ ଭାବେ ବର୍ତ୍ତିମଧ୍ୟ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.