Below header

ପ୍ରେମିକା ସହ ସ୍ୱାମୀ ଥିଲେ ଲକ୍‌ଡାଉନ୍‌ରେ, ଧରାପଡିଯିବାରୁ ଛାତରୁ ଠେଲି ମାରିଦେଲେ ପତ୍ନୀଙ୍କୁ

ଲକ୍‌ଡାଉନ୍‌ ବେଳେ ମଧ୍ୟପ୍ରଦେଶରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ପତ୍ନୀଙ୍କୁ ଛାତରୁ ଠେଲି ହତ୍ୟା କରିଛନ୍ତି ସ୍ୱାମୀ । ତାହା ପୁଣି ପ୍ରେମିକା ପାଇଁ।

ଘଟଣାଟି ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରର ନ୍ୟୁ ରାନୀ ବାଗ୍‌ ଇଲାକାରେ । ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସ୍ୱାମୀ ଅନୁପ ତିଓ୍ଵାରୀ ଅଫିସ୍‌ କାମରେ ବାହାରକୁ ଯିବାକୁ ପତ୍ନୀ ବନ୍ଦନାଙ୍କୁ କହିଥିଲେ ।

ମାତ୍ର ବାହାରକୁ ଯିବା ବାହାନରେ ସେ ତାଙ୍କ ଅଫିସର ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଲକ୍‌ଡାଉନ୍‌ ହୋଇଯିବାରୁ ପ୍ରେମିକାଙ୍କ ସହ ତାଙ୍କ ଘରେ ଲକ୍‌ଡାଉନ୍‌ ହୋଇଥିଲେ ।

ପରେ ଅନୁପ ଘରକୁ ଫେରିବା ପରେ ପତ୍ନୀ ଘଟଣାର ଖୋଳତାଡ କରି ସ୍ୱାମୀ ଅଫିସର ମହିଳା କର୍ମଚାରୀଙ୍କ ସହ ଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା କ୍ରମେ ସଂଘର୍ଷରେ ପହଞ୍ଚିଥିଲା ।

ଏଥିରେ ଉତ୍‌କ୍ଷିପ୍ତ ସ୍ୱାମୀ ପତ୍ନୀଙ୍କୁ ଘୋଷାରି ନେଇ ଛାତ ଉପରୁ ତଳକୁ ଠେଲି ଦେଇଥିଲେ । ଫଳରେ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ସ୍ୱାମୀ ଏହାକୁ ଆତ୍ମହତ୍ୟା ଦେବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ଘଟଣାର ଖୋଳତାଡ଼ କରି ସତ୍ୟ ପଦାକୁ କାଢ଼ିଥିଲା । ପରେ ପୋଲିସ ଅନୁପକୁ ଗିରଫ କରି ଜେଲ୍‌ ପଠାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.