ଯୁବ ଗଲ୍ଫର ଅର୍ଜୁନ ଭାଟି ନିଜର 102 ଟ୍ରଫି ଏବଂ ଟୁର୍ଣ୍ଣାମେଣ୍ଟରୁ କରିଥିବା ଆୟକୁ ଦାନ କଲେ, ମୋଦି କହିଲେ, ‘ବଡ଼ ସମ୍ବଳ’

ଏବେ କରୋନା ଲଢେଇରେ ଆଗକୁ ଆସି ସହାୟତାର ହାତ ବଢାଇଛନ୍ତି ଯୁବ ଗଲ୍ଫ ଖେଳାଳି ଅର୍ଜୁନ ଭାଟି। ନୋଏଡାରେ ରହୁଥିବା ଏହି ଗଲ୍ଫର ନିଜର ଟ୍ରଫି ଏବଂ ରୋଜଗାର 102 ଲୋକଙ୍କୁ ଦେଇଛନ୍ତି। ଏ ନେଇ ଅର୍ଜୁନ ଟୁଇଟ କରିଛନ୍ତି।

ସେ ଲେଖିଛନ୍ତି, ‘ଦେଶ ବିଦେଶରେ ଜିତି ହାସଲ କରିଥିବା 102 ଟ୍ରଫିକୁ ମୁଁ ଏହି ସଙ୍କଟ ସମୟରେ ଲୋକଙ୍କୁ ଦେଇ ଦେଇଛି। ସେଥିରୁ ଆୟ ହୋଇଥିବା ମୋଟ 4,30,000 ଟଙ୍କା ପିଏମ କେୟାର୍ସ ଫଣ୍ଡରେ ଦେଶ ପାଇଁ ସାହାଯ୍ୟ କରିଛି। ଏହା ଶୁଣି ମୋ ଦାଦି ବହୁତ କାନ୍ଦିଥିଲେ, ପୁଣି କହିଥିଲେ କି ତୁ ସତରେ ଅର୍ଜୁନ। ଆଜି ଦେଶର ଲୋକେ ବଞ୍ଚିଯିବା ଦରକାର। ଟ୍ରଫି ତ କଲି ବି ଆସିଯିବ’।

ସେ ପିଏମ ମୋଦିଙ୍କୁ ମଧ୍ୟ ଟ୍ୟାଗ କରିଥିଲେ। ମୋଦି ଏହାକୁ ରିଟୁଇଟ କରି ଲେଖିଛନ୍ତି, ‘ଦେଶବାସୀଙ୍କର ଏପରି ଭାବନା, କରୋନା ମହାମାରୀ ସମୟରେ ସବୁଠାରୁ ବଡ଼ ସମ୍ବଳ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.