ସତ୍ୟନଗରରେ ୪ ଜଣରୁ ତିନି ଜଣ ପଜେଟିଭ୍‌ଙ୍କ ଲିଙ୍କ୍‌ ରହିଛି ବମିଖାଲ ସହ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ସତ୍ୟ ନଗରରୁ ୪ଟି କୋଭିଡ୍‌-୧୯ ପଜେଟିଭ୍‌ ବାହାରିଛି । ଏକଥା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏମାନଙ୍କ ମଧ୍ୟରୁ ତିନି ଜଣଙ୍କର ଲିଙ୍କ ବମିଖାଲ ପରିବାର ସହିତ ରହିଛି । ତେଣୁ ସେମାନଙ୍କ ଠାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ଥାଉ କି ଆଜି ସକାଳୁ ବିଏମ୍‌ସି ସତ୍ୟନଗର ଅଞ୍ଚଳକୁ ସିଲ୍‌ କରି ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରି ସାରିଛି । ଏଠାକାର ପଜେଟିଭ୍‌ଙ୍କର ରାଜ୍ୟ ବାହାରକୁ କିମ୍ବା ରାଜ୍ୟ ଭିତରେ କୌଣସି ଜାଗାକୁ ଯାଇନଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.