ବଢିପାରେ ଲକଡାଉନ ଅବଧି, ସର୍ବଦଳୀୟ ବୈଠକରେ ମିଳିଛି ସଂକେତ

କେନ୍ୟୁଜ(ବ୍ୟୁରୋ): ବଢିପାରେ ଲକଡାଉନ ଅବଧି । ଦେଶରେ ଗତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଥିବାରୁ ଏହାକୁ ବଢାଯିବ ବୋଲି ଆଶଙ୍କା ରହିଛି । ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏବିଷୟରେ ଆଲୋଚନା ହାଇ ଏହାକୁ ବଢାଯିବ ବୋଲି ସଂକେତ ମିଳୁଛି ।ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ନେତାମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଥରରେ ଲକଡାଉନ ଉଠାଇବା ସମ୍ଭବ ନୁହେଁ । ଏ ସମ୍ପର୍କରେ ରାଜ୍ୟମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣା ପଡିଛି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ସମୟରେ ଲକଡାଉନ ଶେଷ କରିବା ପାଇଁ କହିଥିଲେ । କିନ୍ତୁ କରୋନା ସଂକ୍ରମଣ ବଢିଚାଲିଥିବାରୁ କଟକଣାକୁ ଆହୁରି ବଢାଇବାକୁ କେତେକ ରାଜ୍ୟ ଦାବି କରିଥିଲେ । ବିଭିନ୍ନ ବିଷେଷଜ୍ଞମାନେ ଲକଡାଉନ ଅବଧିକୁ ବଢାଇବାକୁ ମଧ୍ୟ ସୁପାରିଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.