ହକି ଇଣ୍ଡିଆର ବଦାନ୍ୟତା, କରୋନା ମୁକାବିଲା ପାଇଁ ଓଡିଶାକୁ ସହାୟତା ଦେଲା ୨୧ ଲକ୍ଷ ଟଙ୍କା

କେନ୍ୟୁଜ(ବ୍ୟୁରୋ):  କରୋନା ମୁକାବିଲା ପାଇଁ ସାରା ଦେଶକୁ ବହୁ ବିଶିଷ୍ଟ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି। ଦେଶ ଏହି ମହାଵିପତ୍ତିରେ କିଭଳି ଏ ମହାମାରୀ ଠାରୁ ମୁକ୍ତି ପାଇବ ସେଥିପାଇଁ ସମସ୍ତ ପ୍ରଶାସନିକ ଅଧିକାରୀ ଡାକ୍ତର ଓ ପୋଲିସ କର୍ମଚାରୀମାନେ ଅହରହ ଉଦ୍ୟମ ଚଳାଇ ଆସୁଛନ୍ତି । ଏ ରେସରେ ପଛରେ ନାହିଁ ଓଡିଶା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଭିଡ଼-୧୯ ମୁକାବିଲା ପାଇଁ ସହାୟତାର ହାତ ବଢ଼ିଇବାକୁ ନିବେଦନ କରିଥିଲେ। ଏହା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଛୁଟି ଆସିଛି । ବିଭିନ୍ନ ବ୍ୟକ୍ତି ବିଶେଷ ଓଡିଶାକୁ ଦାନ କରିଥିବା ବେଳେ ଏହି ତାଲିକାରେ ଏବେ ହକି ଇଣ୍ଡିଆ ମଧ୍ୟ ସାମିଲ ହୋଇଛି। ଆଜି ହକି ଇଣ୍ଡିଆ CMRFକୁ ୨୧ ଲକ୍ଷ ଟଙ୍କା ଦାନ କରିଛି। ଯେଉଁଥି ପାଇଁ ହକୀ ଇଣ୍ଡିଆକୁ ଅନେକ ପ୍ରସଂଶା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.