ବିବାହ କରିବାକୁ କହିବାରୁ ପ୍ରେମିକାକୁ ତଳେ ଘୋଷାଡି ଗୋଇଠା ମାରିଚାଲିଲା ପ୍ରେମିକ, ଅଚେତ ହୋଇ ପଡିବା ପରେ ଛାଡି ଚାଲିଗଲା ଯୁବକ : ଭିଡିଓ ଭାଇରଲ

ମଧ୍ୟପ୍ରଦେଶର ରିଓ୍ଵା ଜିଲ୍ଲାରେ ପ୍ରେମିକା ବିବାହ କରିବାକୁ କହିବାରୁ ନିଧୂର୍ମ ପିଟିଥିଲା ପ୍ରେମିକ। ୨୪ ବର୍ଷୀୟ ପ୍ରେମିକ ପଙ୍କଜ ତ୍ରିପାଠୀଙ୍କୁ ୧୯ ବର୍ଷୀୟ ପ୍ରେମିକା ବିବାହ କରିବାକୁ କହିବାରୁ ପଙ୍କଜ ରାଗିଯାଇ ରାସ୍ତାରେ ଖୁବ ମାଡ ମାରିଥିଲେ। ଏହାର ଭିଡିଓ ପୋଲିସ ହାତରେ ଲାଗିଛି । ଏହି ଘଟଣାରେ ପ୍ରେମିକକୁ ପୋଲିସ ଗିରଫ କରିଛି ।

ଏହି ଭିଡିଓରେ ୧୯ ବର୍ଷୀୟ ଯୁବତୀଙ୍କୁ ୨୪ ବର୍ଷୀୟ ଯୁବକ ପିଟୁଥିବା ଦେଖିବାକୁ ମିଳିଛି। ଯୁବତୀ ଜଣକ ବିବାହ କରିବାକୁ କହିବାରୁ ଯୁବକ ଜଣକ ରାଗି ଯାଇ ଯୁବତୀଙ୍କୁ ଗୋଇଠା ମାରିଥିଲେ। ଏହା ସହିତ ଚାପୁଡା ମଧ୍ୟ ମାରିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଥିଲା । ଯୁବକଙ୍କ ଧାରା ୧୫୧ ଅଧିନରେ ମାମଲା ଦାୟର କରାଯାଇଛି । କିନ୍ତୁ ଯୁବତୀ ଜଣକ ପ୍ରେମିକଙ୍କ ବିରୋଧରେ କୌଣସି ଅଭିଯୋଗ କରିବାକୁ ମନା କରିଦେଇଥିଲେ । ଭିଡିଓ ଭାଇରଲ ହେବା ପରେ ଧାରା ୩୨୩ ସହିତ ଅନ୍ୟ ଧାରା ଲଗାଯାଇଛି। ୧୯ ବର୍ଷୀୟ ଯୁବତୀଙ୍କ ଭିଡିଓ ସୁଟ୍‌ କରି ଏହାକୁ ସର୍କୁଲେଟ୍‌ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ମଧ୍ୟପ୍ରଦେଶର ରିଓ୍ଵା ଜିଲ୍ଲାରେ ପ୍ରେମିକା ବିବାହ କରିବାକୁ କହିବାରୁ ନିଧୂର୍ମ ପିଟିଥିଲା ପ୍ରେମିକ। ୨୪ ବର୍ଷୀୟ ପ୍ରେମିକ ପଙ୍କଜ ତ୍ରିପାଠୀଙ୍କୁ ୧୯ ବର୍ଷୀୟ ପ୍ରେମିକା ବିବାହ କରିବାକୁ କହିବାରୁ ପଙ୍କଜ ରାଗିଯାଇ ରାସ୍ତାରେ ଖୁବ ମାଡ ମାରିଥିଲେ। ଏହାର ଭିଡିଓ ପୋଲିସ ହାତରେ ଲାଗିଛି ।

ରିଓ୍ଵାର ମଉଗଞ୍ଜ ଥାନା ଅଞ୍ଚଳରେ ଯୁବତୀ ଜଣକ ନିଜ ପ୍ରେମିକକୁ ବିବାହ କରିବାକୁ ଜିଦି କରୁଥିଲେ । ଏହି କଥାକୁ ବିରୋଧ କରି ପ୍ରେମିକ ଜଣକ ଯୁବତୀଙ୍କୁ ମାଡ ମାରିଥିଲେ । ପ୍ରଥମେ ଚାପୁଡା ମାରିବା ପରେ ତଳେ ଘୋଷାଡି ଗୋଇଠା ମାରିଥିଲେ । ମାରପିଟ୍‌ ସମୟରେ ଯୁବତୀ ଜଣକ ବେହୋସ ହୋଇଯାଇଥିଲେ। ବେହୋସ ହୋଇ ରାସ୍ତା କଡରେ ପଡିଥିଲେ ଯୁବତୀ। ଏହା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ପୋଲିସ ଯୁବତୀଙ୍କ ହସପିଟାଲରେ ଭର୍ତ୍ତି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.