Below header

ହରିୟାଣାରୁ ବଡ଼ ଖବର, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ହରିୟାଣା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ହରିୟାଣା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ଖଟ୍ଟରଙ୍କୁ କରନାଲ୍‌ରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରାଇବା ପାଇଁ ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂତନ ନାମ ତାଲିକାରେ ନାୟବ ସୌନି ଓ ସଞ୍ଜୟ ଭାଟିଆ ଚର୍ଚ୍ଚାରେ ଅଛନ୍ତି ।

ଆହୁରି ମଧ୍ୟ ଖବର ରହିଛି ଯେ ହରିୟାଣାର ବିଜେପି ସରକାରଙ୍କ କ୍ୟାବିନେଟ ଆଜି ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି । ଏହାପରେ ସରକାରଙ୍କ ମନ୍ତ୍ରୀମଣ୍ଡଳ ନୂତନ ଭାବେ ଗଠନ କରାଯିବ । ଜନନାୟକ ଜନତା ପାର୍ଟିକୁ କ୍ୟାବିନେଟରୁ ଅଲଗା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି ।

ଏହାର ଅର୍ଥ ହେଉଛି, ବର୍ତ୍ତମାନ ହରିୟାଣାରେ ବିଜେପି ଏବଂ ଜେଜେପି ମଧ୍ୟରେ କୌଣସି ମେଣ୍ଟ ରହିବ ନାହିଁ । ନୂଆ ମନ୍ତ୍ରୀମଣ୍ଡଳରେ ଜେଜେପି ସାମିଲ ହେବ ନାହିଁ ।

ଆସନ୍ତା ଲୋକସଭା ନିର୍ବାଚନ ଭିତରେ ହରିୟାଣାରେ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି । ରାଜ୍ୟରେ ବିଜେପି ଏବଂ ଜେଜେପିର ମେଣ୍ଟ ଭାଙ୍ଗିଛି । ହରିୟାଣାରେ ଏକ ନୂତନ କ୍ୟାବିନେଟ୍ ଗଠନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.