ଖରା ଆରମ୍ଭରୁ ଜଳକଷ୍ଟ : ପାଣି ପାଇଁ ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା

ଖରା ଆରମ୍ଭରୁ ଜଳକଷ୍ଟ। ପାଣି ପାଇଁ ରାସ୍ତାରୋକ। ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା । କପ୍ତିପଦା - ଠାକୁରମୁଣ୍ଡା ରାସ୍ତା ବେଗୁନିଆ ଛକ ନିକଟରେ ରାସ୍ତା ଅବରୋଧ ଫଳରେ ବାଧାପ୍ରାପ୍ତ ହୋଇଛି ଯାନବାହାନ ଚଳାଚଳ ।

ଉଦଳା (କେନ୍ୟୁଜ): ଖରା ଆରମ୍ଭରୁ ଜଳକଷ୍ଟ । ପାଣି ପାଇଁ ରାସ୍ତାରୋକ । ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା । କପ୍ତିପଦା – ଠାକୁରମୁଣ୍ଡା ରାସ୍ତା ବେଗୁନିଆ ଛକ ନିକଟରେ ରାସ୍ତା ଅବରୋଧ ଫଳରେ ବାଧାପ୍ରାପ୍ତ ହୋଇଛି ଯାନବାହାନ ଚଳାଚଳ ।

ମୟୂରଭଞ୍ଜ କପ୍ତିପଦା ବ୍ଲକ ରାଣୀପୋଖରୀ ପଞ୍ଚାୟତର ବେହେରାସାହିରେ ବସବାସ କରନ୍ତି ୪୦ରୁ ଅଧିକ ପରିବାର । ହେଲେ ଏହି ଗାଁଲୋକଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ପିଇବା ପାଣି । ବିଦ୍ୟୁତ ଖୁଣ୍ଟ ପଡିଛି, ହେଲେ ବିଜୁଳି ସଂଯୋଗ ହୋଇପାରିନି । ପିଇବା ପାଣି ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସମସ୍ୟାର ସମାଧାନ ନହେବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ପାଣି ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.