ଭାରତୀୟ ଟିମକୁ ଝଟକା, ଟି-୨୦ ବିଶ୍ୱକପ ଖେଳିବେନି ମହମ୍ମଦ ଶାମି !

ଦିନିକିଆ ବିଶ୍ୱକପ-୨୦୨୩ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଆହତ ସମସ୍ୟା ଯୋଗୁଁ ଶାମି ଟି-୨୦ ବିଶ୍ୱକପରେ ସାମିଲ ହେବେ କି ନାହିଁ ଦ୍ୱନ୍ଦ୍ୱ ଲାଗିରହିଛି । ଶାମି ଗୋଇଠି ସର୍ଜରୀ କରାଇଥିବା ବେଳେ ଟି-୨୦ ବିଶ୍ୱକପ ବେଳକୁ ସୁସ୍ଥ ହେବାର ସମ୍ଭାବନା କମ୍‌ ରହିଛି । ଜୁନ-ଜୁଲାଇ ପର୍ଯ୍ୟନ୍ତ ଶାମି ଫିଟ ହେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମକୁ ବଡ ଝଟକା ଲାଗିପାରେ । ଆସନ୍ତା ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିପାରନ୍ତି ଟିମର ଷ୍ଟାର ବୋଲର ମହମ୍ମଦ ଶାମି । ଦିନିକିଆ ବିଶ୍ୱକପ-୨୦୨୩ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଆହତ ସମସ୍ୟା ଯୋଗୁଁ ଶାମି ଟି-୨୦ ବିଶ୍ୱକପରେ ସାମିଲ ହେବେ କି ନାହିଁ ଦ୍ୱନ୍ଦ୍ୱ ଲାଗିରହିଛି । ଶାମି ଗୋଇଠି ସର୍ଜରୀ କରାଇଥିବା ବେଳେ ଟି-୨୦ ବିଶ୍ୱକପ ବେଳକୁ ସୁସ୍ଥ ହେବାର ସମ୍ଭାବନା କମ୍‌ ରହିଛି । ଜୁନ-ଜୁଲାଇ ପର୍ଯ୍ୟନ୍ତ ଶାମି ଫିଟ ହେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସେପଟେ ରିଷଭ ପନ୍ତ ଟି୨୦ ବିଶ୍ୱକପରେ ଖେଳିବାର ସମ୍ଭାବନା ବଢିଯାଇଛି ।

ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଶାମିଙ୍କ ସର୍ଜରୀ ଶେଷ ହେବା ପରେ ସେ ଭାରତ ଫେରି ଆସିଛନ୍ତି । ତେବେ ଟିମ ଇଣ୍ଡିଆର ଆଗାମୀ ଘରୋଇ ସିରିଜ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ବେଳେ ଏହି ସିରିଜରେ ଶାମିଙ୍କ କମବ୍ୟାକ ।

ଚଳିତବର୍ଷ ସେପ୍ଟେମ୍ବରରେ ଭାରତ-ବାଂଲାଦେଶ ମଧ୍ୟ ଟେଷ୍ଟ ଏବଂ ଟି-୨୦ ସିରିଜ ଖେଳାଯିବାର ସୂଚୀ ରହିଛି । ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ୩ଟି ଟି-୨୦ ମ୍ୟାଚ ଖେଳାଯିବାର ରହିଛି ।

୩୩ ବର୍ଷୀୟ ମହମ୍ମଦ ଶାମି ଭାରତ ପାଇଁ ଗତବର୍ଷ ବିଶ୍ୱକପ ଫାଇନାଲରେ ଖେଳିଥିଲେ । ବିଶ୍ୱକପର ପ୍ରଥମ ୪ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା । ଏହାପରେ ବାକି ୭ଟି ମ୍ୟାଚ ଖେଳି ୨୪ଟି ଓ୍ଵିକେଟ ହାସଲ କରିଥିଲେ । ବିଶ୍ୱକପ ପରେ ଟିମରୁ ବାଦ୍‌ ପଡିଥିଲେ ।

ସେପଟେ ଜୟ ଶାହା ରିଷଭ ପନ୍ତଙ୍କ ଫିଟନେସକୁ ନେଇ ଅପଡେଟ୍‌ ଦେଇଛନ୍ତି । ସେ କହିଛନ୍ତି, ପନ୍ତ ଭଲ ବ୍ୟାଟିଂ କରୁଛନ୍ତି । କିପିଂ ମଧ୍ୟ କରୁଛନ୍ତି । ଖୁବଶୀଘ୍ର ତାଙ୍କୁ ଫିଟ୍‌ ଘୋଷଣା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.