ଭାରତକୁ ଡର ନାହିଁ, ପାକିସ୍ତାନ ସହିତ ଅଛି ଚୀନ୍ : ଭାଇରାଲ୍ ହେଉଛି ମାସୁଦ ଆଝାର ର ଅଡିଓ

ଭାରତକୁ ଡରିବାର ନାହିଁ। ପାକିସ୍ତାନ ସହିତ ଅଛି ଚୀନ୍। ପୁଲଓ୍ଵାମା ଆତଙ୍କବାଦୀ ହମ୍ଲାର ସପ୍ତାହେ ପରେ ଏଭଳି ଅଡ଼ିଓ ବାର୍ତ୍ତା ଦେଇଛି ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର। ଏକ ଅଡିଓ ରିଲିଜ କରି ପୁଲୱାମା ଆକ୍ରମଣ ପଛରେ ଜୈସର ହାତକୁ ସିଧାସଳଖ ଫାଙ୍କି ଦେଇଛି। ଫେବ୍ରୁଆରି ୧୪ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଜୈସେ-ଏ-ମହମ୍ମଦ । ଏହା ସହ ଆକ୍ରମଣକାରୀ ଆଦିଲ ଅହମ୍ମଦକୁ ଭେଟିନଥିବା ଦାବି କରିଛି। ପାକିସ୍ତାନକୁ ଚୀନର ସମର୍ଥନ ଥିବାରୁ ଭାରତ ପ୍ରତି ଆଦୌ ଭୟଭୀତ ନହେବାକୁ ମାସୁଦ ଆଝାର ଆହ୍ଵାନ ଦେଇଛି। ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ପ୍ରସଙ୍ଗରେ ସଂପୂର୍ଣ୍ଣ ବିଫଳ ହୋଇଥିବା ସେ କହିଛନ୍ତି। ପାକିସ୍ତାନ ସରକାରଙ୍କ ବିରୋଧରେ ମଧ୍ୟ ବିଷୋଦଗାର କରିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଚାରିଆଡୁ ସମାଲୋଚନାର ଶରବ୍ୟ ହେବା ପରେ ପାକ ସରକାରଙ୍କୁ ଭୟାଳୁ ବୋଲି କହିଛି ମାସୁଦ ଆଝାର ।