ମୁମ୍ବାଇର ବେଗନବାଡି ଅଞ୍ଚଳରେ ଭୟଙ୍କର ନିଆଁ, ୧୫ ଘର ପୋଡି ପାଉଁଶ
ମୁମ୍ବାଇର ବେଗନବାଡି ଅଞ୍ଚଳରେ ଭୟଙ୍କର ନିଆଁ ଯୋଗୁଁ ୧୫ ଘର ପୋଡିଜଳି ପାଉଁଶ ହୋଇଯାଇଛି । ସକାଳ ୪ଟାରେ ଲୋକ ଘରେ ଶୋଇଥିବା ସମୟରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ଗାଡି ଆସିବା ଆଗରୁ ଲୋକେ ପାଣି ଢାଳି ଲିଭାଇବାକୁ ଚେଷ୍ଟା କରିଥିଲେ ।
ମୁମ୍ବାଇର ଗୋବାଣ୍ଡିର ବେଗନବାଡି ଅଞ୍ଚଳରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଯୋଗୁଁ ୧୫ ଘର ପୋଡିଜଳି ପାଉଁଶ ହୋଇଯାଇଛି । ସକାଳ ୪ଟାରେ ଲୋକ ଘରେ ଶୋଇଥିବା ସମୟରେ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଘଟଣା ପରେ ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିଶମ ବାହିନୀ ଗାଡି ଆସିବା ଆଗରୁ ଲୋକେ ପାଣି ଢାଳି ଲିଭାଇବାକୁ ଚେଷ୍ଟା କରିଥିଲେ ।
ଏହି ଘଟଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇର ଗୋବାଣ୍ଡିରେ ନିଆଁ ଲାଗିବା ଯୋଗୁଁ ଅତିକମରେ ୧୫ଟି ଘର ପୋଡି ପାଉଁଶ ହୋଇଯାଇଛି । ସକାଳ ୪ଟା ସମୟରେ ଏହି ଘଟଣା ଘଟିଛି । ଏଥିରେ କେହି ହତାହତ ହୋଇନାହାନ୍ତି । ତେବେ ନିଆଁ କେମିତି ଲାଗିଲା, ତା’ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
15 commercial units, houses gutted in fire at Govandi chawl in Mumbai, none hurt
Read @ANI Story | https://t.co/Uy6OT2xpm2#Mumbai #Govandi pic.twitter.com/NZyiJeSDW1
— ANI Digital (@ani_digital) February 17, 2024
ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀର ଆଲିପୁରରେ ଥିବା ଏକ ରଙ୍ଗ କାରଖାନାରେ ଭୟଙ୍କର ନିଆଁ ଲାଗି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଘଟଣାରେ ୪ ଜଣ ଆହତ ହୋଇଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ୨୨ଟି ଦମକଳ ଗାଡି ପହଞ୍ଚିଥିଲା । କାରଖାନା ଭିତରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।