ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା, ଧାରୁଆ ଅସ୍ତ୍ରରେ କାଟି ଦେଲେ ବେକ

ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ଧାରୁଆ ଅସ୍ତ୍ରରେ କାଟି ଦେଲେ ବେକ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାର ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଗାଁର ଧର୍ମାନନ୍ଦ ଦେହୁରୀ । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

କାମାକ୍ଷାନଗର (କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ଧାରୁଆ ଅସ୍ତ୍ରରେ କାଟି ଦେଲେ ବେକ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାର ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଗାଁର ଧର୍ମାନନ୍ଦ ଦେହୁରୀ । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଗତକାଲିଠାରୁ ସେ ଘରକୁ ଫେରି ନଥିଲେ । ବିଳମ୍ବିତ ରାତି ଯାଏ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ଆଜି ସକାଳୁ ଘରଠାରୁ କିଛି ଦୂରରେ ଦେଖିବାକୁ ମିଳିଥିଲା ମୃତଦେହ । ଅନ୍ୟ କେଉଁଠି ହତ୍ୟା ପରେ ସେଠାରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏସଡିପିଓଙ୍କ ସମେତ କଙ୍କଡାହାଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । କିଛି ବର୍ଷ ପୂର୍ବେ ଧର୍ମାନନ୍ଦଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.