ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେଲେ କେଜ୍ରିଓ୍ଵାଲ, ମାର୍ଚ୍ଚ ୧୬ରେ ହେବ ଆଗାମୀ ଶୁଣାଣି

ଅରବିନ୍ଦ କେଜ୍ରିଓ୍ଵାଲ ଆଜି ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ସେ ଶାରୀରିକ ଭାବେ ଉପସ୍ଥିତ ରହିପାରିବେ ନାହିଁ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ । ଏବେ କୋର୍ଟ ଏହି ମାମଲାରେ ଶୁଣାଣି ଆସନ୍ତା ୧୬ ମାର୍ଚ୍ଚରେ ହେବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ସେ ଶାରୀରିକ ଭାବେ ଉପସ୍ଥିତ ରହିପାରିବେ ନାହିଁ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ । ଏବେ କୋର୍ଟ ଏହି ମାମଲାରେ ଶୁଣାଣି ଆସନ୍ତା ୧୬ ମାର୍ଚ୍ଚରେ ହେବ । ଇଡି ତାଙ୍କୁ ୧୭ ଫେବୃଆରୀରେ ହାଜର ହେବାକୁ ଆଦେଶ ଦେଇଥିଲା ।

କୋର୍ଟ ଶୁଣାଣି ସମୟରେ କେଜ୍ରିଓ୍ଵାଲ କହିଛନ୍ତି, ଆଗାମୀ ଶୁଣାଣି ସମୟରେ ସେ ଉପସ୍ଥିତ ରହିବେ । ତେବେ ଶାରୀରିକ ଭାବେ ଅନୁପସ୍ଥିତ ରହିବା ପାଇଁ ପୂର୍ବରୁ ନିବେଦନ କରିଥିଲେ କ୍ରେଜିଓ୍ଵାଲ । ଏହା ପରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ତେବେ କୋର୍ଟରେ କାହିଁକି ଉପସ୍ଥିତ ରହିବେ ନାହିଁ, ତାହା ମଧ୍ୟ ଜଣାଇଥିଲେ । ଦିଲ୍ଲୀ ସରକାରଙ୍କ ବଜେଟ ଏବଂ ଆସ୍ଥା ଭୋଟ ଯୋଗୁଁ ସେ କୋର୍ଟରେ ଉପସ୍ଥିତ ରହିପାରିବେ ନାହିଁ ବୋଲି କହିଥିଲେ ।


ତେବେ କ୍ରେଜିଓ୍ଵାଲଙ୍କ ଏଭଳି କଥାକୁ ଇଡି ବିରୋଧ କରିଛି । କେଜ୍ରିଓ୍ଵାଲଙ୍କୁ ୫ ପଏଣ୍ଟ ଆଧାରରେ ପ୍ରଶ୍ନ ପଚରାଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଛି ଇଡି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଇଡି ଏପର୍ଯ୍ୟନ୍ତ ୫ ଥର କେଜ୍ରିଓ୍ଵାଲଙ୍କୁ ସମନ କରିସାରିଛି । ତେବେ ୫ ଥର ମଧ୍ୟରେ କେଜ୍ରିଓ୍ଵାଲ କେବେ ବି ହାଜର ହୋଇନଥିଲେ । ତେବେ ଆଜି ରାଉସ ଆଭେନ୍ୟୁ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି । ଏହି ମାମଲାରେ ଆସନ୍ତା ଶୁଣାଣି ୧୬ ମାର୍ଚ୍ଚରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.