Below header

୫ଫୁଟ୍ ଲମ୍ବା ଏହି ବୋଦାର ଦାମ୍ ଶୁଣିଲେ ଉଡିଯିବ ହୋସ୍, ମାସକୁ ଲକ୍ଷ ଲକ୍ଷ ଟଙ୍କାର ଦେଉଛି ରୋଜଗାର

ଏ ଯୁଗରେଏ ସମୟରେ ପୁଣି ଆକାଶକୁ ଛୁଇଁଲା ଭଳି ବୋଦା ରେଟ୍ ! ଯାହାକୁ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ଭାରି ସୁନ୍ଦର ଡଉଲ ଡାଉଲ ଦେଦଖିବାକୁ ଏ ବୋଦାଟି ।

ଭୁବନେଶ୍ୱର (କେନ୍ୟୁଜ):  ଆଶ୍ଚର୍ଯ୍ୟ କିନ୍ତୁ ସତ । ହେଲେ ଆଖିରେ ଦେଖିଲା ପରେ ଏ ସତ ଟି ଭାରି କୌତୁକିଆ ଲାଗିବ । ଦ୍ଵିଗୁଣି ହୋଇଯିବ ଉତ୍ସାହ । ଏ ଯୁଗରେଏ ସମୟରେ ପୁଣି ଆକାଶକୁ ଛୁଇଁଲା ଭଳି ବୋଦା ରେଟ୍ ! ଯାହାକୁ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ଭାରି ସୁନ୍ଦର ଡଉଲ ଡାଉଲ ଦେଦଖିବାକୁ ଏ ବୋଦାଟି । କଳା ମଚ ମଚ ଲୋମ ସାଙ୍ଗକୁ ଲମ୍ବା ଶରୀର । ଯାହାର ଦର ଶୁଣିଲେ ହୋସ୍ ଉଡି ଯିବ।

ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟପ୍ରାଣୀ ସମାବେଶକୁ ବୁଲିବାକୁ ଆସୁଥିବା ଲୋକମାନେ ଘଡ଼ିଏ ଅଟକି ଏହି ବୋଦାଟିକୁ ଦେଖୁଛନ୍ତି । ଏ କେମିତି କଥା ପ୍ରାଣୀ ମାନଙ୍କ ଭିତରେ ଏମିତି ଏ ପ୍ରାଣୀ ଯାହାର ମାଂସ ଖାଇବାକୁ ଲୋକମାନେ ଭଲ ପାଆନ୍ତି । ହେଲେ ଏତେ ଟଙ୍କା ମୂଲ୍ୟର ଏହି ବୋଦାଟି ଯେ ଯାହା ବିଶ୍ୱାସ ନ ହେଉଥିଲେ ବି ଦେଖିଲା ପରେ ସତ ଲାଗିବ।

ଜନତା ମୈଦାନରେ ନଜରକୁ ଆସିଥିଲା ଛେଳି ମାନଙ୍କର ପ୍ରଦର୍ଶନୀ । ସେଠାରେ ଲେଖାଥିଲା ମୁଁ ଗରିବର ଗାଈ । ଭାରି କୌତୁକ ଲାଗିଲା କଥାଟି ଆଉ ମନକୁ ମଧ୍ୟ ଛୁଇଁଲା । ଆମେ ପହଂଚିଲୁ ଆଉ ନିକଟରେ ଯାଇ ସବୁ ଦେଖିଥିଲୁ । ନଜରକୁ ଆସିଥିଲା ଏକ ବଡ଼ ବୋଦା ।  ତାର ଚାଲି ଚଳନ ,ସେ କଣ ଖାଉଛି କେମିତି ତାର ଯତ୍ନ ନିଆଯାଉଛି ସବୁ କଥା ଜାଣିବାକୁ ଭାରି ଇଚ୍ଛା ହେଲା ।

malika

ବୋଦାଟିର ମାଲିକଙ୍କ ନାମ ହେଉଛି ନିରାକାର ମହାନ୍ତ । ଘର କେନ୍ଦ୍ରାପଡ଼ା ଜିଲ୍ଲାର କାଟଣା ଗାଁରେ । ନିରାକାର ମାହାନ୍ତ ପେଶରେ ଜଣେ କଣ୍ଟ୍ରାକ୍ଟର । କିନ୍ତୁ ଛେଳି ବ୍ୟବସାୟକୁ ଆପଣାର କରି ଦୀର୍ଘ ବର୍ଷ ହେଲାନି ଏହି ଛେଳି ମାନଙ୍କୁ ଲାଳନ ପାଳନ କରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।

ଯେତେବେଳେ ଛେଳି ବ୍ୟବସାୟ ଆରମ୍ଭ କଲେ ପଞ୍ଜାବ ଅଂଚଳରୁ ଏହି ପ୍ରଜାତିର ବୋଦା ଆଣି ରଖିଲେ । ତାର ଲାଳନ ପାଳନ କରିବା ଆରମ୍ଭ କଲେ । ଏଯେଉଁ ବୋଦା ଦେଖୁଛନ୍ତି ଏହା ପଞ୍ଜାବ ଅଂଚଳର। ଏବଂ ଏକ ମାଆ ଛେଳିରୁ ଏହି ବୋଦା ଟି ଜନ୍ମ ନେଇଥିଲା । ଏହି ବୋଦାଟିର ନା ଶେରୁ । ଏହା ଉଚ୍ଚତା ୪.୨ ଇଞ୍ଚ ଏବଂ ଲମ୍ବା ୫ଫୁଟ୍ । ଏହା ଦେଖିବାକୁ ସିଂହ ଭଳିଆ ତେଣୁ ନାଟି ବି ତାର ସେହିପରି ରଖାଯାଇଛି ଶେରୁ ।

ବୋଦାଟିକୁ ବର୍ତ୍ତମାନ ୪ ବର୍ଷ । ଏହାର ଓଜନ ଶହେ ପଚାଶ କିଲୋ । ଏହାର ମୂଲ୍ୟ ଆମକୁ ଆପଣଙ୍କୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ହଁ ଏହାର ମୂଲ୍ୟ ନବେ ହଜାର କହିବାକୁ ଗଲେ ପାଖାପାଖି ଲକ୍ଷେ ଟଙ୍କା । କିନ୍ତୁ ମାଲିକ ନିରାକାର ମହାନ୍ତ କୁହନ୍ତି ପାଞ୍ଚ ଲକ୍ଷ ଦେଲେ ବି ସେ ଦେବାଦାଟିକୁ କାହାରିକୁ ଦେବେନି । କାରଣ ବୋଦାଟି ସୁନା ଅଣ୍ଡା ଦିଆ କୁକୁଡ଼ା ଭଳି , ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ଦେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.