Below header

ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ । ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆଇନର ଚିଠା ରୁଲ୍। ମାସକ ଭିତରେ ଦେଇପାରିବେ ଆପତ୍ତି ଅଭିଯୋଗ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ସଂଘ ଗଠନ ଓ ପଞ୍ଜୀକରଣ ନିୟମ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ । ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆଇନର ଚିଠା ରୁଲ୍। ମାସକ ଭିତରେ ଦେଇପାରିବେ ଆପତ୍ତି ଅଭିଯୋଗ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାସଗୃହ କ୍ରେତା ସଂଘ ଗଠନ ଓ ପଞ୍ଜୀକରଣ ନିୟମ ରହିଛି। ୨୦୨୩ ଅକ୍ଟୋବର ୧୩ରେ ଏନେଇ ଚିଠା ନିୟମ ପ୍ରକାଶ ପାଇଥିଲା। ୨୦୨୩ ଅକ୍ଟୋବର ୧୩ରେ ଏନେଇ ଆଇନ ଆସିଥିଲା।

ସୂଚନାଯୋଗ୍ୟ ଯେ, ଆପାର୍ଟମେଣ୍ଟ କିଣାବିକାକୁ ନେଇ ରାଜ୍ୟରେ ପୂର୍ବରୁ ବିବାଦ ରହି ଆସିଛି । ବିଶେଷ କରି ଆପାର୍ଟମେଣ୍ଟର ସର୍ବସାଧାରଣ ସ୍ଥାନର ମାଲିକାନାକୁ ନେଇ ବିଲଡର ସଂସ୍ଥା ଓ ଆପାର୍ଟମେଣ୍ଟ ମାଲିକ ସଂଘ ମଧ୍ୟରେ ବିବାଦ ଦେଖାଦେଉଥିଲା । ପରବର୍ତ୍ତୀ ସମୟରେ ଉକ୍ତ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏନେଇ ଗତବର୍ଷ ରାଜ୍ୟ ସରକାର ଏକ ଆଇନ ଆଣିବାକୁ ବିଚାର କରିବା ସହ ମାର୍ଚ୍ଚ ମାସରେ ଏହାକୁ ବିଧାନସଭାରେ ଆଗତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.