ଜବାହରଲାଲ ନେହେରୁ ଷ୍ଟାଡିୟମରେ ଭୁଶୁଡିଲା ଅସ୍ଥାୟୀ ପେଣ୍ଡାଲ, ୮ ଆହତ, ଅନେକ ଦବିଥିବା ଆଶଙ୍କା
ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ ଅସ୍ଥାୟୀ ପେଣ୍ଡାଲ ଭୁଶୁଡିଛି । ଫଳରେ ୮ ଜସେମାନଙ୍କୁ ଖୋଜା ଚାଲାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ।
ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବଡ ଦୁର୍ଘଟଣା । ଷ୍ଟାଡିୟମର ଗେଟ୍ ନମ୍ବର ୨ ର ପ୍ରବେଶ ଦ୍ୱାରରେ ଏକ ପେଣ୍ଡାଲ ଭୁଶୁଡିଛି । ଫଳରେ ୮ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଦବିଥିବା ହୋଇଥିବା ସୂଚନା ମିଳିଛି । ଭାଙ୍ଗିପଡିଥିବା ପେଣ୍ଡାଲକୁ ହଟାବା ପାଇଁ କ୍ରେନ ଡକାଯାଇଛି ।
ଘଟଣାକୁ ନେଇ ଦକ୍ଷିଣ ଦିଲ୍ଲୀ ଡିସିପି କହିଛନ୍ତି ଯେ, ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍ ନମ୍ବର ୨ ନିକଟରେ ଥିବା ଲନରେ କାମ ଚାଲୁଥିଲା, ଯାହାର ଏକ ଅଂଶ ଶନିବାର ଅପରାହ୍ନରେ ଭୁଶୁଡି ପଡିଛି । ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ତେବେ ଏହା ତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି ।
Delhi | More than 8 people injured after a temporary structure installed near Gate number 2 of Jawaharlal Nehru stadium collapses, say Police. Details awaited. pic.twitter.com/AeO7pLQq9I
— ANI (@ANI) February 17, 2024
ଷ୍ଟାଡିୟମରେ ଏକ ଅସ୍ଥାୟୀ ପେଣ୍ଡାଲ ଭୁଶୁଡି ପଡିବା ସଂପର୍କରେ ଅଗ୍ନିଶମ ଅଧିକାରୀଙ୍କୁ ସୂଚନା ମିଳିଥିଲା ବୋଲି କହିଛନ୍ତି । ଘଟଣା ସ୍ଥଳରୁ ଲୋକଙ୍କ ଉଦ୍ଧାର କରାଯାଇଛି । ଆଉ ଦବିଥିବାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।
ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ ଅସ୍ଥାୟୀ ପେଣ୍ଡାଲରେ କାମ ଚାଲିଥିବା ବେଳେ ଏହା ତଳେ ବସି କିଛି ଶ୍ରମିକ ଖାଉଥିଲେ । ହଠାତ୍ ପେଣ୍ଡାଲ ଭୁଶୁଡିପଡିବାରୁ ଏମାନେ ଚାପି ହୋଇଯାଇଛନ୍ତି ।