ଭିଟାମିନ୍ D, D2 ଏବଂ D3 ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ, ଜାଣନ୍ତୁ ଶରୀର ପାଇଁ କ’ଣ ଆବଶ୍ୟକ?

ଭିଟାମିନ୍ D ଶରୀରରେ ଅନେକ ଅଙ୍ଗର କାର୍ଯ୍ୟରେ ଉନ୍ନତି କରିବାରେ ସାହାଯ୍ୟ କରିଥାଏ । ଏହି ଭିଟାମିନ୍ ଯାହା କ୍ୟାଲସିୟମ୍ ଅବଶୋଷଣ ଏବଂ ଇମ୍ୟୁନିଟି ସିଷ୍ଟମ୍‌କୁ ହେଲ୍‌ଦି ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଭିଟାମିନ୍ D ର ଅନେକ ଲାଭ ରହିଛି ।

ଭିଟାମିନ୍ D ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ ଏବଂ ଶରୀରରେ ଅନେକ ଅଙ୍ଗର କାର୍ଯ୍ୟରେ ଉନ୍ନତି କରିବାରେ ସାହାଯ୍ୟ କରିଥାଏ । ଏହି ଭିଟାମିନ୍ ଯାହା କ୍ୟାଲସିୟମ୍ ଅବଶୋଷଣ ଏବଂ ଇମ୍ୟୁନିଟି ସିଷ୍ଟମ୍‌କୁ ହେଲ୍‌ଦି ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଭିଟାମିନ୍ D ର ଅନେକ ଲାଭ ରହିଛି । ତେବେ ଆମକୁ କେବଳ ଏହାକୁ ବୁଝିବାକୁ ହେବ ଯେ ଭିଟାମିନ୍ D, D1 ଏବଂ D2 ମଧ୍ୟରେ ପାର୍ଥକ୍ୟ କ’ଣ ? ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ଆସନ୍ତୁ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ ଜଣାଇବୁ ।

ଭିଟାମିନ୍ D କ’ଣ ?
ଭିଟାମିନ୍ D ମାଂସପେଶୀ କାର୍ଯ୍ୟକୁ ସମର୍ଥନ କରିପାରେ । ତେବେ ଭିଟାମିନ୍ D ମାଂସପେଶୀ କୋଷରେ କ୍ୟାଲସିୟମ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ମାଂସପେଶୀ ସଂକୋଚନ ଏବଂ ଆରାମ ପାଇଁ ଆବଶ୍ୟକ ହୋଇଥାଏ । ଏହା ମାଂସପେଶୀର ଦୁର୍ବଳତା ଏବଂ ଯନ୍ତ୍ରଣାକୁ ରୋକିବାରେ ସାହାଯ୍ୟ କରିଥାଏ ।

ଭିଟାମିନ୍ D2 କ’ଣ ?
ଉଦ୍ଭିଦ ଏବଂ ଫଙ୍ଗସ୍‌ ପାଇଁ ଭିଟାମିନ୍ D2 ଜରୁରୀ ହୋଇଥାଏ । ତେବେ ଅଲଟ୍ରାଭାଇଓଲେଟ୍ ଲାଇଟ୍‌ରୁ ଭିଟାମିନ୍ D2 ସୃଷ୍ଟି ହୋଇଥାଏ । ଯାହା ଏର୍ଗୋକାଲସିଫେରୋଲ୍ ଭାବରେ ମଧ୍ୟ ଜଣାଶୁଣା । ଏହା ସାଧାରଣତଃ କ୍ଷୀର, ଉଦ୍ଭିଦ ଭିତ୍ତିକ ଦୁଗ୍ଧ ବିକଳ୍ପ ଏବଂ ଖାଦ୍ୟରେ ବ୍ୟବହୃତ କରାଯାଇଥାଏ । ଏହାର ଅର୍ଥ ଯେତେବେଳେ ଆପଣ କ୍ଷୀର ପିଅନ୍ତି, କମଳା ଖାଆନ୍ତି କିମ୍ବା ମୋଟା ଶସ୍ୟ ଖାଆନ୍ତି, ସେତେବେଳେ ଆପଣ ଭିଟାମିନ୍ D2 ଗ୍ରହଣ କରିଥାନ୍ତି ।

ଭିଟାମିନ୍ D3 କ’ଣ ?
ସୂର୍ଯ୍ୟ କିରଣରେ ଆସିବା ମାତ୍ରେ ଆପଣଙ୍କ ସ୍କିନ୍‌ରେ ଭିଟାମିନ୍ D3 କିମ୍ବା କୋଲେକାଲସିଫେରଲ୍ ଉତ୍ପନ୍ନ ହୋଇଥାଏ । ରକ୍ତରେ ଭିଟାମିନ୍ D ର ସ୍ତର ବଢିବା ପାଇଁ ଶରୀରକୁ ସୂର୍ଯ୍ୟ କିରଣ ଦରକାର ହୋଇଥାଏ ଏବଂ ଏହାକୁ ପ୍ରକୃତରେ ଭିଟାମିନ୍ D3 ବୋଲି କୁହାଯାଏ । ତେବେ ହାଡକୁ ହେଲ୍‌ଦି ରଖିବା ଏବଂ ଏହାର ଗଠନ ବଜାୟ ରଖିବାରେ ଏହା ସହାୟକ ହୋଇଥାଏ । ତେଣୁ ଏହି ସମସ୍ତ କାରଣ ପାଇଁ ଆପଣ ଭିଟାମିନ୍ D3 ଖାଇବା ଉଚିତ୍ ।

ତେବେ ଏପରି ପରିସ୍ଥିତିରେ ଆପଣ ଏହାକୁ ବୁଝିବା ଉଚିତ୍ ଯେ ଭିଟାମିନ୍ D କ’ଣ ? ଭିଟାମିନ୍ D2 ଏବଂ ଭିଟାମିନ୍ D3 ମଧ୍ୟରେ ପାର୍ଥକ୍ୟ କ’ଣ ଏବଂ ସେମାନେ କିପରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କାମ କରିପାରିବେ । ଆମ ଶରୀରକୁ ସମସ୍ତ ପ୍ରକାରର ଭିଟାମିନ୍‌ ଆବଶ୍ୟକ ହୋଇଥାଏ । ସେଥିପାଇଁ ଆମକୁ ନିଜ ପ୍ରତିଦିନ ଖାଦ୍ୟରେ ଭିଟାମିନ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ । ଯାହଫଳରେ ଆମେ ଅନେକ ସମସ୍ୟାରେ ବଞ୍ଚିପାରିବା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.