ମୁମ୍ବାଇର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ଆଖପାଖ କମ୍ପାନୀରେ ମଧ୍ୟ ବ୍ୟାପିଗଲା ନିଆଁ

ନଭୀ ମୁମ୍ବାଇର ପାବନେ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ସୂଚନା ପାଇ ଦମକଳ ବିଭାଗର ଅନେକ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ଜଣାପଡିନାହିଁ ।

ମହାରାଷ୍ଟ୍ରର ନଭୀ ମୁମ୍ବାଇର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ । ପାବନେ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ସୂଚନା ପାଇ ଦମକଳ ବିଭାଗର ଅନେକ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ଏତେ ଜୋରରେ ନିଆଁ ଲାଗିଛି ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି ।

ଖବର ମୁତାବକ, ନଭୀ ମୁମ୍ବାଇ ଅଞ୍ଚଳରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ସକାଳ ୭ଟାରେ ମେହକ ନାମକ କମ୍ପାନୀରେ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ଆଖପାଖରେ ଥିବା କମ୍ପାନୀରେ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ମିଳିପାରି ନଥିଲା । କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.