ଢେଙ୍କାନାଳ ପ୍ରସିଦ୍ଧ ମଗଜି ଲଡୁକୁ ମିଳିଲା GI ଟ୍ୟାଗ୍ ମାନ୍ୟତା, ସୁଆଦ ଚାଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି ଖବର ଜଣାପଡିବା ପରେ ଢେଙ୍କାନାଳ ଜିଲ୍ଲାରେ ଖୁସିର ଲହର ଖେଳିଯାଇଛି ।

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଫଳରେ ମଗଜି ଲଡୁର ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଏହାର ଆପ୍ଲିକେସନ ନମ୍ବର-୭୨୪ ରହିଥିବା ବେଳେ ସାର୍ଟିଫିକେଟ ନମ୍ବର-୫୩୫ ରହିଛି । ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି ଖବର ଜଣାପଡିବା ପରେ ଢେଙ୍କାନାଳ ଜିଲ୍ଲାରେ ଖୁସିର ଲହର ଖେଳିଯାଇଛି ।

ଢେଙ୍କାନାଳ ମଗଜି ଲଡୁ ମଇଷି ଖିର ଓ ଘିଅରୁ ପ୍ରସ୍ତୁତ ହୋଇଥାଏ । ମଇଁଷି ଖିରରେ ପ୍ରସ୍ତୁତ ଛେନାରେ ଚିନି ଓ ଗୁରୁରାତି ମିଶାଇ ଏହି ମଗଜି ଲଡୁ ପ୍ରସ୍ତୁତ କରାଯାଏ । ଏଥିରେ ପାଣି ବ୍ୟବହାର କରାଯାଉ ନଥିବାରୁ ପ୍ରସ୍ତୁତ ପରେ ଏହି ମଗଜି ଲଡୁ ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରହିଥାଏ । ମଗଜି ଲଡୁର ଇତିହାସ ପ୍ରାୟ ୬୦୦ ବର୍ଷରୁ ପୁରୁଣା । ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକର ଷଡଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ମଗଜି ଲଡୁ ପ୍ରସ୍ତୁତ କରାଯାଇଥାଏ ।

ଗତ ୭ା୧୨ା୨୦୨୦ରେ ଢେଙ୍କାନାଳ ସହର ମୀନାବଜାରସ୍ଥିତ ଢେଙ୍କାନାଳ ସୁଇଟ୍ ଆସୋସିଏସନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରିବା ପାଇଁ ଦରଖାସ୍ତ ନମ୍ବର-୭୨୪ରେ ଆବେଦନ ପତ୍ର ଦାଖଲ କରି ଏହାକୁ ପଞ୍ଜିକୃତ କରାଯାଇଥିଲା । ଓୟୁଏଟି ସହଯୋଗରେ ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରିିଥିଲା । ଗତ ୨୦୨୩ ଅଗଷ୍ଟ ୩୧ରେ ଜିଓଗ୍ରାଫିକାଲ ଇଣ୍ଡିକେସନ ଜର୍ନାଲରେ ଏହା ପ୍ରକାଶିତ ହୋଇଥିଲା ।

ଏହି ଜର୍ନାଲର ନମ୍ବର ରହିଥିଲା ୧୭୮ । ଏହାପରେ ଗତ ୧ା୯ା୨୦୨୩ରେ ଏହା ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା । ଜିଓଗ୍ରାଫିକାଲ ଇଣ୍ଡିକେସନ ଜର୍ନାଲରେ ସ୍ଥାନ ପାଇବାର ୩ମାସ ମଧ୍ୟରେ କୌଣସି ଅଭିଯୋଗ ଓ ବିରୋଧ ନହେବାପରେ ଏହାକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବ ବୋଲି ସେହି ସମୟରେ ସୂଚନା ଦିଆଯାଇଥିଲା । ଏ ସଂକ୍ରାନ୍ତରେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ବହୁତ ଖୁସି ବ୍ୟକ୍ତ କରିଛନ୍ତି ।

ମଗଜି ଲଡୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବା ପରେ ଢେଙ୍କାନାଳ ସମଗ୍ର ଦେଶ ଓ ରାଜ୍ୟରେ ଗର୍ବିତ ହୋଇଛି । ଢେଙ୍କାନାଳ ମଗଜି ଲଡୁ ପ୍ରାୟ ୬୦୦ବର୍ଷର ପାରମ୍ପରିକ ମିଠା । ଏହି ମିଠା ଢେଙ୍କାନାଳକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହାର କିପରି ବିଦେଶରେ ପ୍ରଚାର ପ୍ରସାର କରାଯିବ ଏବଂ ମଇଷି ଖିରରୁ ଅଧିକ ଭାବେ ଏହା ପ୍ରସ୍ତୁତ କରାଯିବ ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସମସ୍ତଙ୍କର ସହଯୋଗ ଦରକାର ବୋଲି ସେ କହିଥିଲେ ।

ଏ ସଂକ୍ରାନ୍ତରେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଆବେଦନ କରିଥିବା ଢେଙ୍କାନାଳ ସୁଇଟ୍ ଆସୋସିଏସନର ସଭାପତି ସମ୍ପାଦକ ଖୁସି ପ୍ରକାଶ କରିଛନ୍ତି । ଆଗକୁ ଏହାର କିପରି ଅଧିକ ପ୍ରଚାର ପ୍ରସାର ହେବ ଏବଂ ଅଧିକ ବ୍ୟବସାୟ କରାଯିବ, ସେଥିପାଇଁ ପଦକ୍ଷେପ ନେବେ ବୋଲି ସେ କହିିଛନ୍ତି । ଢେଙ୍କାନାଳର ମଗଜି ଲଡୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବାରୁ ଢେଙ୍କାନାଳ ଜିଲ୍ଲା ଏହାକୁ ନେଇ ସମଗ୍ର ରାଜ୍ୟ ଓ ଦେଶରେ ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.