ବୌଦ୍ଧ: ମନମୁଣ୍ଡା ଥାନା ଏଏସ୍ଆଇ କୁମୁଦ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ପୋଲିସ୍ ଏଏସ୍ଆଇଙ୍କୁ ମରଣାନ୍ତକ ଆକ୍ରମଣ । ବୌଦ୍ଧ ଜିଲ୍ଲା ଦପଲା ଗାଁରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ଅଧିକାରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା । ଆଜି ସକାଳ ୭ଟା ବେଳେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ସେ ହେଲେ ମନମୁଣ୍ଡା ଥାନା ଏଏସ୍ଆଇ କୁମୁଦ ଭୋଇ।

ପୋଲିସ୍ ଏଏସ୍ଆଇଙ୍କୁ ମରଣାନ୍ତକ ଆକ୍ରମଣ । ବୌଦ୍ଧ ଜିଲ୍ଲା ଦପଲା ଗାଁରେ ହୋଇଥିବା ଏହି ଆକ୍ରମଣରେ ପୋଲିସ ଅଧିକାରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା । ଆଜି ସକାଳ ୭ଟା ବେଳେ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଧିକାରୀ ଜଣକ ହେଲେ ମନମୁଣ୍ଡା ଥାନା ଏଏସ୍ଆଇ କୁମୁଦ ଭୋଇ।

ବୁଧବାର କୁମୁଦ ଭୋଇ ମନମୁଣ୍ଡା ଥାନାର ୧୧୨ ସହାୟତା ଗାଡି ଦାୟିତ୍ୱରେ ଥିଲେ । କାଲି ରାତିରେ ଏକ ସୂଚନା ପାଇ କୁମୁଦ ଭୋଇ ଅନ୍ୟ କର୍ମଚାରୀଙ୍କ ସହ ୧୧୨ ଗାଡିରେ ଦପଲା ଗ୍ରାମକୁ ଯାଇଥିଲେ । ଗ୍ରାମ ନିକଟରେ ଥିବା ସ୍କୁଲ ପାଖରେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଗାଡି ଅଟକାଇ କୁମୁଦଙ୍କ ଉପରେ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ଏଏସ୍ଆଇଙ୍କୁ ପ୍ରଥମେ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜ ଏବଂ ଏହାପରେ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି।

ଘଟଣାସ୍ଥଳରେ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ଆକ୍ରମଣକାରୀ କିଏ ଓ କାହିଁକି ଆକ୍ରମଣ କଲେ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.