ଫ୍ୟାନ୍ସ ଏବଂ ସାଥି ଖେଳାଳିଙ୍କୁ ଏଣ୍ଟରଟେନ କରିବା ପାଇଁ ଡ୍ୟାନ୍ସ କଲେ କୋହଲି ଏବଂ ଗିଲ, ଭିଡିଓ ଭାଇରଲ

କୋହଲି ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସ ଏବଂ ସାଥି ଖେଳାଳିଙ୍କୁ ଏଣ୍ଟରଟେନ କରୁଥିବା ବିରାଟ ଏଥର ମଧ୍ୟ ସେମିତି କରିଛନ୍ତି । ଏହି ମ୍ୟାଚରେ କୋହଲି ଶୁବମନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଦୁହେଁ ପରସ୍ପରର ହାତ ଧରି ଡ୍ୟାନ୍ସ କରୁଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯାଉଛି । ଆଜି ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇନିଂସ ଖେଳିବ । କେପ୍ ଟାଉନ୍ ପିଚରେ ବୋଲରଙ୍କ ରାଜ୍ । ଘରୋଇ ଦକ୍ଷିଣ ଆଫ୍ରିକା ଉପରେ ଭାରୀ ପଡ଼ିଛନ୍ତି ଭାରତୀୟ ବୋଲର । ରୋମାଞ୍ଚକର ମୋଡରେ ଦ୍ବିତୀୟ ଟେଷ୍ଟ ।

ଏହି ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଶୁବମନ ଗିଲଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଦୁହେଁ ମଇଦାନରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । କୋହଲି ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଫ୍ୟାନ୍ସ ଏବଂ ସାଥି ଖେଳାଳିଙ୍କୁ ଏଣ୍ଟରଟେନ କରୁଥିବା ବିରାଟ ଏଥର ମଧ୍ୟ ସେମିତି କରିଛନ୍ତି । ଏହି ମ୍ୟାଚରେ କୋହଲି ଶୁବମନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଦୁହେଁ ପରସ୍ପରର ହାତ ଧରି ଡ୍ୟାନ୍ସ କରୁଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଫ୍ୟାନ୍ସ ଏହାକୁ ଦେଖି କମେଣ୍ଟ ଦେଉଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୩ ୱିକେଟ ହରାଇ ୬୨ ରନ କରିଛି । ଭାରତୀୟ ଦଳ ୩୬ ରନରେ ଆଗୁଆ ରହିଛି। ଭାରତ ପକ୍ଷରୁ ମୁକେଶ କୁମାରଙ୍କୁ ୨ ଓ ବୁମରାଙ୍କୁ ଗୋଟିଏ ୱିକେଟ ମିଳିଛି । ଗତକାଲି ପ୍ରଥମ ଦିନରେ ୨୩ ୱିକେଟର ପତନ ଘଟିଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ ଇଣ୍ଡିଆ । ୧୫୩ ରନରେ ଦଳ ଅଲଆଉଟ ହୋଇଥିଲା । ମାତ୍ର ୧୧ ବଲରେ ଶେଷ ଛଅଟି ୱିକେଟ ହରାଇଥିଲା ଭାରତୀୟ ଦଳ । ୬ ଜଣ ଖେଳାଳି ଶୁନ୍ ରନ କରି ପାଭିଲିଆନ୍ ଫେରିଥିଲେ । ଗୋଟିଏ ସମୟରେ ଦଳ ୪ ୱିକେଟ ହରାଇ ୧୫୩ ରନ କରିଥିଲା । ଏହାପରେ ପରବର୍ତ୍ତୀ ୧୧ ବଲରେ ଦଳ ଛଅଟି ୱିକେଟ ହରାଇବା ସହ ଅଲଆଉଟ ହୋଇଥିଲା ।

ଭାରତ ପକ୍ଷରୁ ବିରାଟ କୋହଲି ୪୬, ରୋହିତ ଶର୍ମା ୩୯ ଓ ଶୁବମନ ଗିଲ ୩୬ ରନ କରିଛନ୍ତି । ରାୱଡା, ଏନଗିଡି ଓ ବରଗରଙ୍କୁ ୩ଟି ଲେଖାଏଁ ୱିକେଟ ମିଳିଛି । ପୂର୍ବରୁ ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ସାମ୍ନା କରିପାରିନଥଲା ଦକ୍ଷିଣ ଆଫ୍ରିକା ଦଳ । ମାତ୍ର ୫୫ ରନରେ ଅଲଆଉଟ ହୋଇଥଲା ଘରୋଇ ଟିମ । ସିରାଜ ୬ଟି ୱିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.