ଜାପାନ ବିମାନ ଦୁର୍ଘଟଣା: କେମିତି ବଞ୍ଚିଲା ୩ ଶହ ୭୯ ଜୀବନ ? ଉଦ୍ଧାର ସହଜ କରିଥିଲା ଯାତ୍ରୀଙ୍କ ଶୃଙ୍ଖଳିତ ଆଚରଣ

କେମିତି ବଞ୍ଚିଲା ୩ ଶହ ୭୯ ଜୀବନ ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ଟୋକିଓର ହାନେଡା ବିମାନବନ୍ଦରରେ କୋଷ୍ଟଗାର୍ଡ ବିମାନ ଓ ଯାତ୍ରୀବାହୀ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ଯାତ୍ରୀବାହୀ ବିମାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ୩ ଶହ ୭୯ ଯାତ୍ରୀ ସୁରକ୍ଷିତ ରହିବା କିଛି ଚମତ୍କାରଠାରୁ କମ୍ ନ ଥିଲା।

କେନ୍ୟୁଜ୍‌ ବ୍ୟୁରୋ: କେମିତି ବଞ୍ଚିଲା ୩ ଶହ ୭୯ ଜୀବନ ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ଟୋକିଓର ହାନେଡା ବିମାନବନ୍ଦରରେ କୋଷ୍ଟଗାର୍ଡ ବିମାନ ଓ ଯାତ୍ରୀବାହୀ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ଯାତ୍ରୀବାହୀ ବିମାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ୩ ଶହ ୭୯ ଯାତ୍ରୀ ସୁରକ୍ଷିତ ରହିବା କିଛି ଚମତ୍କାରଠାରୁ କମ୍ ନ ଥିଲା। କାରଣ ୯୦ ସେକେଣ୍ଡ ଭିତରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ।

ତେବେ ଲୋକଙ୍କ ଜୀବନ ବଞ୍ଚାଇଥିବା କୋଷ୍ଟଗାର୍ଡ ବିମାନର ସମସ୍ତ ୬ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା । ବିଶେଷଜ୍ଞଙ୍କ ସହାୟତାରେ ଅତ୍ୟନ୍ତ କୌଶଳର ସହ ବିମାନରୁ ଯାତ୍ରୀଙ୍କୁ ବାହାର କରିବା, କ୍ରୁ ସଦସ୍ୟଙ୍କ ଚତୁରତା, ଉପସ୍ଥିତ ବୁଦ୍ଧି ଓ ଯାତ୍ରୀଙ୍କ ଉଚିତ୍ ଆଚରଣ ଯୋଗୁ ଏତେ ଜୀବନ ରକ୍ଷା ହୋଇ ପାରିଥିବା କହିଛନ୍ତି ବିମାନ ଚଳାଚଳ ବିଶେଷଜ୍ଞ ।

ରିପୋର୍ଟ ଅନୁଯାୟୀ, ମାତ୍ର ୯୦ ସେକେଣ୍ଡ ମଧ୍ୟରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଦୁର୍ଘଟଣାର ୨ ଘଣ୍ଟା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ସେଫ୍ଟି ଭିଡିଓ ଦେଖାଇଥିଲେ କ୍ରୁ ମେମ୍ବର । କୌଣସି ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀଙ୍କ ଦାୟିତ୍ବ କ’ଣ, ସେମାନେ କ’ଣ କରିବା କଥା, ତାହା ସେମାନଙ୍କୁ ବୁଝାଯାଇଥିଲା । ପ୍ରଥମେ ଜୀବନ ଓ ପରେ ଲଗେଜ୍ କଥା ଚିନ୍ତା କରିବାକୁ ବିମାନ ଆଟେଣ୍ଡାଣ୍ଟ କହିଥିଲେ ।

ତେବେ ଦୁର୍ଘଟଣା ପରେ କେବିନ କ୍ରୁ ସଦସ୍ୟ ବେଶ୍ ଧୀରସ୍ଥିର ଭାବେ ଚତୁରତାର ସହ ସ୍ଥିତି ସମ୍ଭାଳିଥିଲେ । ଉଦ୍ଧାର କାର୍ଯ୍ୟ କରିବାକୁ ବିମାନର ୩ ଏମର୍ଜେନ୍ସି ସ୍ଲାଇଡସ୍ ଓ ୫ଟି ଏକଜିଟ୍ ଗେଟ୍ ବ୍ୟବହାର କରାଯାଇଥିଲା । ବିମାନରେ ଧୂଆଁ ବଢିବା ଆଗରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରିବାକୁ ଲାଗି ପଡିଥିଲେ କ୍ରୁ ସଦସ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.