Below header

BSF ରେ ୨୧୦୦ରୁ ଅଧିକ ପଦବୀ ଖାଲି, ମାସକୁ ଦରମା ୬୯ ହଜାର

ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ)ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବିଏସଏଫ କନଷ୍ଟେବଳ (ଟ୍ରେଡସମ୍ୟାନ)ରେ ୨୧୪୦ ପଦବୀ ଭର୍ତ୍ତି ପାଇଁ ଚୟନ ହେବ । rectt.bsf.gov.in କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ)ରେ ବମ୍ପର ପଦବୀ ଭର୍ତ୍ତି । ଏହି ଭର୍ତ୍ତି ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିବା ପରେ ଫର୍ମ ଭରିଦିଅନ୍ତୁ । ନୋଟିସ ମୁତାବକ, ବିଏସଏଫ କନଷ୍ଟେବଳ (ଟ୍ରେଡସମ୍ୟାନ)ରେ ୨୧୪୦ ପଦବୀ ଭର୍ତ୍ତି ପାଇଁ ଚୟନ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ବିଏସଏଫର ଅଫିସିଆଲ ସାଇଟକୁ ଯିବାକୁ ହେବ । rectt.bsf.gov.in କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ ।

ପଦବୀ ବିବରଣୀ : ୨୧୪୦

ପୁରୁଷ : ୧୭୨୩
ମହିଳା : ୪୧୭

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଖୁବଶୀଘ୍ର ଆରମ୍ଭ ହେବ । ସେହିପରି ଶେଷ ତାରିଖ ଆବେଦନ କରିବାର ଆରମ୍ଭ ତାରିଖର ୩୦ ଦିନ ଭିତରେ ହେବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ପାସ୍‌ କରିବା ପରେ ହେବ । ଏଥିରେ ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ, ଫିଜିକାଲ ଏଫିସିଏନ୍ସି ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରେଡ ଟେଷ୍ଟ, ଲିଖିତ ପରୀକ୍ଷା, ମେଡିକାଲ ପରୀକ୍ଷା ଦ୍ୱାରା ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୨୧ ହଜାରରୁ ୬୯ ହଜାର ଟଙ୍କା ଦରମା ମିଳିବ ।

କେମିତି କରିବେ ଆବେଦନ :

ଆବେଦନ ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ଏହାପରେ BSF Constable (Tradesman) Recruitment 2024 କୁ ଯାଇ ଆବେଦନ କରିପାରିବେ ।
ଏଥିପାଇଁ ନୂଆ ଓ୍ଵିଣ୍ଡୋ ଲଗଇନ୍‌ ବିବରଣୀ ଦେବାକୁ ହେବ ।
ଏହାପରେ ସମସ୍ତ ବିବରଣୀ ଦେବା ପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଭରି କନଫର୍ମ ପେଜକୁ ଡାଉନଲୋଡ କରି ରଖନ୍ତୁ ।
ଆପଣ ଚାହିଁଲେ ପେଜର ପ୍ରିଣ୍ଟଆଉଟ କାଢି ରଖିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.