Below header

ଢେଙ୍କାନାଳ: ଟୁରିଷ୍ଟ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଳକଙ୍କ ସମେତ ୨୦ ଆହତ

ପୁଣି ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ । ଟୁରିଷ୍ଟ ବସକୁ ଧକ୍କା ଦେଲା ଟ୍ରକ୍ । ଢେଙ୍କାନାଳ ମହାବିରୋଡ଼ ଥାନା ଅଧୀନ ଭେଜିଆ ମନ୍ଦିର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଟ୍ରକ୍ ଚାଳକଙ୍କ ସମେତ ୨୦ଜଣ ଆହତ ହୋଇଛନ୍ତି ।

ଢେଙ୍କାନାଳ (କେନ୍ୟୁଜ୍‌): ପୁଣି ପିକନିକ ବସ୍ ଦୁର୍ଘଟଣାଗ୍ରସ୍ତ । ଟୁରିଷ୍ଟ ବସକୁ ଧକ୍କା ଦେଲା ଟ୍ରକ୍ । ଢେଙ୍କାନାଳ ମହାବିରୋଡ଼ ଥାନା ଅଧୀନ ଭେଜିଆ ମନ୍ଦିର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଟ୍ରକ୍ ଚାଳକଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଚଣ୍ଡିଖୋଲରୁ ନୈନା ନାମକ ଘରୋଇ ବସ୍ ସମ୍ବଲପୁରରୁ ପିକନିକ ସାରି ଫେରୁଥିବାବେଳେ ତାଳଚେର ଆଡୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୫୧ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.