ବାଙ୍ଗିରିପୋଷି: ଦ୍ବାରଶୁଣି ଘାଟିରେ ଦୁର୍ଘଟଣା, କଣ୍ଟେନର ସହ ଜଳିଗଲେ ୨ ଡ୍ରାଇଭର

ଦୁର୍ଘଟଣା ପରେ ଜଳିଗଲେ ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ବାଙ୍ଗିରିପୋଷି (କେନ୍ୟୁଜ୍‌): ଦୁର୍ଘଟଣା ପରେ ଜଳିଗଲେ ୨ ଡ୍ରାଇଭର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା  । କଣ୍ଟେନର ସହ ଜଳିଗଲେ ୨ ଡ୍ରାଇଭର । ଆଜି ଟ୍ୟାଙ୍କରକୁ କଣ୍ଟେନର ଧକ୍କା ଦେଇଥିଲା । ପରେ ଘାଟି ତଳକୁ କଣ୍ଟେନର ଓ ଟ୍ୟାଙ୍କର ଖସିପଡିଥିଲା । କଣ୍ଟେନରରେ ନିଆଁ ଲାଗି ୨ ଡ୍ରାଇଭର ଜଳିଯାଇଛନ୍ତି ।

ବାଙ୍ଗିରିପୋଷି ଘାଟିରେ ଟ୍ୟାଙ୍କରକୁ କଣ୍ଟେନର ଧକ୍କା ଦେବା ପରେ ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିଥିଲା ୨ଟି ଗାଡ଼ି । କଣ୍ଟେନରରେ ନିଆଁ ଲାଗି ୨ ଡ୍ରାଇଭର ଜିଅନ୍ତା ଜଳିଯାଇଥିଲେ। ଅନ୍ୟ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି ।

ଆଜି ସକାଳେ ଏକ ତେଲ ବୋଜେଇ ଟ୍ରକ ଓ ଟ୍ୟାଙ୍କର କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ। ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ୨ଟି ଗାଡ଼ି ବାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଥିଲେ। ଏହାପରେ ନିଆଁ ଲାଗି କଣ୍ଟେନର ଡ୍ରାଇଭର ଜିଅନ୍ତା ଜଳିଯାଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.