Below header

ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ନିୟୋଜିତ ୨୫ଟି ଦମକଳ ଗାଡି

ଦିଲ୍ଲୀରେ ବୱାନା ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ଯେ, ନିଆଁ ଲିଭାଇବା ପାଇଁ ୨୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।

ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ବୱାନା ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ଯେ, ନିଆଁ ଲିଭାଇବା ପାଇଁ ୨୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ତେବେ ନିଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ୍ ତଥ୍ୟ ମିଳିପାରିନାହିଁ ।

ଅଗ୍ନିଶମ ଅଧିକାରୀଙ୍କ କହିବାକୁ ମୁତାବକ, ନିଆଁ ଲାଗିବା ଘଟଣା ରାତି ୧ଟା ୪୦ ମିନିଟରେ ମିଳିଥିଲା । ବଓ୍ଵାନା ଅଞ୍ଚଳ ସେକ୍ଟର ୩ରେ ସାଇ ଧର୍ମ କଣ୍ଟା ପାଖରେ ଥିବା ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଖବର ମିଳିଥିଲା । ତେବେ ବର୍ତ୍ତମାନର ଖବର ମୁତାବକ, ନିଆଁକୁ ଆୟତ୍ତ କରାଯାଇଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ମଧ୍ୟ ସୂଚନା ମିଳିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.