ଛୋଟ କେଜ୍ରିଓ୍ଵାଲଙ୍କ ଦିଓ୍ଵାନା ହେଲେ ଲୋକେ, ଫଟୋ ଦେଖି କହିଲେ . . .

ଆମ ଆଦମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜିରଓ୍ଵାଲଙ୍କ ମଫୁଲର ମଧ୍ୟ ତାଙ୍କ ଭଳି ଆମ ଜନତାଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇଛି। କେବଳ ଏତିକି ନୁହେଁ ଥଣ୍ଡା ସମୟରେ ଯେତେବେଳେ କେଜିରଓ୍ଵାଲ ମଫୁଲରରେ ନଜର ଆସିଥାନ୍ତି ସେହି ସମୟରେ ଲୋକମାନେ ତାଙ୍କ ନାଁ ମଫୁଲର ମ୍ୟାନ ରଖିଥାନ୍ତି। ଯାହାକୁ ନେଇ ଅନେକ ମିମ୍ସ ଏବଂ ଜୋକ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏବେ ସୋସିଆଲ ମିଡିଆରେ ଅବିକଳ କେଜ୍ରିଓ୍ଵାଲଙ୍କ ଭଳି ଦେଖାଯାଉଥିବା ଏକ ଛୋଟ ପିଲାଟିର ଫଟୋ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ଗତକାଲି ଯେତେବେଳେ ବିଧାନସଭା ନିର୍ବାଚନର ପରିଣାମ ପାଇଁ ଗଣନା ହେଉଥିବା ଠିକ୍‌ ସେହି ସମୟରେ ଏହି ପିଲାଟିର ଫଟୋ ଟ୍ଵିଟରରେ ଖୁବ୍‌ ଭାଇରାଲ ହେଉଥିଲା।


ଏହି ଫଟୋରେ ନଜର ଆସୁଥିବା ଛୋଟ ପିଲାଟି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଭଳି କପଡା ପିନ୍ଧିଥିଲେ। ଏଥିସହ ପିଲାଟି ବେକରେ ମଫୁଲର ଥିବା ସହ କେଜିରଓ୍ଵାଲ ଭଳି ନିଶ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଛୋଟ ପିଲାଟିର ଏହି ଫଟୋକୁ ସ୍ମାଇଲ୍‌ ଇମୋଜୀ ସହ ସେୟାର କରି ଆମ ଆଦମୀ ପାର୍ଟି ଲେଖିଛନ୍ତି, ‘‘ମଫୁଲରମ୍ୟାନ’’।