ପ୍ରତିଶୋଧ ନେଲା ନାବାଳକ ପୁଅ, ବାପାଙ୍କୁ ପିଟିଥିବା ବ୍ୟକ୍ତିର ଆଖିକୁ ମାରିଲା ଗୁଳି: ଦେଖନ୍ତୁ ଭିଡିଓ

ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ନାବାଳକ ନିଜ ବାପାଙ୍କୁ ମାଡ ମାରିବାର ପ୍ରତିଶୋଧ ନେଇଛି। ନାବାଳକ ଜଣକ ବାପାଙ୍କୁ ମାଡ ମାରିଥିବା ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛି। ଘଟଣା ସମୟରେ ମାଡ ମାରିଥିବା ବ୍ୟକ୍ତି ଜଣକ ପାର୍କ ପାଖରେ ବସିଥିଲେ। ଠିକ୍‌ ଏହି ସମୟରେ ୩ ନାବାଳକ ତାଙ୍କ ପାଖକୁ ଆସିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଗୁଳି ମାରିବା ପରେ ସମସ୍ତେ ଫେରାର ହୋଇଯାଇଥିଲେ। ନାବାଳକ ଜଣକ ବ୍ୟକ୍ତିଙ୍କ ଆଖିକୁ ଗୁଳି ମାରିଥିଲେ। ଗୁଳି ମାଡ ଖାଇବା ପରେ ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାର ଭିଡିଓ ସାମ୍ନାକୁ ଆସିଛି।

ପୋଲିସ ଅନୁସାରେ,ଶୁକ୍ରବାର ସନ୍ଧ୍ୟା ୫.୧୫ ମିନିଟରେ ଜାହାଙ୍ଗିରପୁରୀ ପୋଲିସ ଷ୍ଟେସନର ପିସିଆରକୁ ଏକ ଫୋନ ଆସିଥିଲା। ଜଣେ ଲୋକଙ୍କୁ ଗୁଳି ବାଜିଛି ବୋଲି ଖବର ମିଳିଥିଲା। ନାବାଳକ ଗୁଳିମାରିଥିବା ବ୍ୟକ୍ତିଙ୍କ ନାମ ଜାଭେଦ। ଜାଭେଦ ଜହାଙ୍ଗୀରପୁରୀ ଏଚ-୪ ବ୍ଲକରେ ରହୁଥିଲେ। ସୂଚନା ମିଳିବା ପରେ ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁଳି ବାଜିବା ପରେ ବ୍ୟକ୍ତିଙ୍କୁ ହସପିଟାଲ ନିଆଯାଇଥିଲା ।

ସୂଚନା ମୁତାବକ, ଏଚ-୪ ବ୍ଲକରେ ରହୁଥିବା ଅନସାର ଅହମ୍ମଦଙ୍କ ୩୬ ବର୍ଷୀୟ ପୁଅ ଜାଭେଦଙ୍କ ଡାହାଣ ଆଖିକୁ ଗୁଳି ମାରିଥିଲେ ନାବାଳକ। ଅପରାହ୍ନ ୪.୪୫ରେ ଏଚ-୩ ବ୍ଲକ ପାର୍କ ପାଖରେ ବସିଥିଲେ। ଏହି ସମୟରେ ତାଙ୍କ ପରିଚିତ ୩ ଜଣ ନାବାଳକ ଆସି ତାଙ୍କ ଆଖିକୁ ଗୁଳି ମାରିଥିଲେ।

ଏହି ମାମଲାରେ ପୋଲିସ ଆଇପିସି ଧାରା ୩୦୭ ରେ ମାମଲା ରୁଜୁ କରିଛି। ପୋଲିସ ଟିମ୍‌ ନାବାଳକଙ୍କୁ ଗିରଫ କରିବା ସହିତ ଦେଶୀ ପିସ୍ତଲ ମଧ୍ୟ ଜବତ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା କି, ନାବାଳକଙ୍କ ବାପାଙ୍କୁ ପୀଡିତ ଜାଭେଦ ୭ ମାସ ତଳେ ମାଡ ମାରିଥିଲେ। ମାଡ ମାରିବାରେ ୭ ମାସ ପରେ ନାବାଳକ ପୁଅ ଏହାର ପ୍ରତିଶୋଧ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.