କେବେ ଠାରୁ ହଜି ଯାଇଥିଲେ, ଏବେ ସୁନ୍ଦରବନ ଅଞ୍ଚଳରୁ ମିଳିଲେ ଗଞ୍ଜାମର ପୂର୍ଣ୍ଣଚନ୍ଦ୍ର ନାୟକ

କୋଲକାତା (କେନ୍ୟୁଜ୍‌) : କୋଲକାତା (କେନ୍ୟୁଜ) : ଗଞ୍ଜାମ ଜରତ ଗ୍ରାମର ବାସିନ୍ଦା ହେଉଛନ୍ତି ପୂର୍ଣ୍ଚଚନ୍ଦ୍ର ନାୟକ । ପେଟ ପାଟଣା ପାଇଁ କେବେଠାରୁ ଘର ଛାଡ଼ି ପଶ୍ଚିମବଙ୍ଗକୁ ଚାଲି ଆସିଥିଲେ । ହେଲେ ଏହା ଭିତରେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ସବୁ ଭୁଲିଗଲେ । ଏମିତି ବୁଲୁ ବୁଲୁ ଦିନ ବର୍ଷ ବିତି ଯାଇଛି । ପରେ ପୂର୍ଣ୍ଣଚନ୍ଦ୍ର ସୁନ୍ଦରବନ ଅଞ୍ଚଳରେ ଥିବା ରାମପୁର ଗାଁରେ ବୁଲୁଥିବା ଦେଖା ଯାଇଥିଲା ।

PURNACHANDRA-2

ହାମ୍ ରେଡିଓ ଜରିଆରେ ତାଙ୍କ ବିଷୟରେ ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ ଆମ କୋଲକାତା ପ୍ରତିନିଧି ପ୍ରମୋଦ ମହାନ୍ତି । ସେ ଘରକୁ ଫେରିଯିବାକୁ ଚାହୁଁଛନ୍ତି ବୋଲି ପୂର୍ଣ୍ଣଚନ୍ଦ୍ର ନିଜେ କହିଛନ୍ତି । ସେହିପରି ରାମପୁର ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ରଙ୍କୁ ତାଙ୍କ ଘରେ ପହଞ୍ଚାଇ ଦେବା ପାଇଁ ଓଡ଼ିଶା ସରକାର ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.