ସିଙ୍ଗାପୁର ଫିନ୍‌ଟେକ୍‌ ସମ୍ମିଳନୀରେ ମୋଦିଙ୍କ ଉଦ୍‌ବୋଧନ: କହିଲେ ଭାରତରେ ଆସୁଛି ଆର୍ଥିକ କ୍ରାନ୍ତି, ଡାକଘର ହୋଇଛି ବ୍ୟାଙ୍କ

ସିଙ୍ଗାପୁର(କେନ୍ଯୁଜ୍) : ସିଙ୍ଗାପୁର ଫିନ୍‌ଟେକ୍‌ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଆର୍ଥିକ କ୍ରାନ୍ତି ଆସୁଛି । ଏବେ ଡାକଘର ହୋଇଛି ବ୍ୟାଙ୍କ । ଯାହା ଦ୍ୱାରା ଲୋକେ ଅଧିକ ଉପକୃତ ହେଉଛନ୍ତି । ଦେଶର ବିକାଶ ଓ ଗରିବଙ୍କ ପାଇଁ ୨୦୧୪ରେ ସରକାରକୁ ଆସିଛୁ । ମୋଦି କହିଛନ୍ତି, ମାତ୍ର କିଛି ଦିନରେ କୋଟି କୋଟି ଲୋକ ବ୍ୟାଙ୍କ ସହ ଯୋଡ଼ିଛନ୍ତି । ଶହେ କୋଟିରୁ ଅଧିକ ଲୋକ ଆଧାର ସହ ଯୋଡ଼ିଛନ୍ତି । ଶହେ କୋଟିରୁ ଅଧିକ ଲୋକଙ୍କ ହାତରେ ଏବେ ମୋବାଇଲ୍‌ ଫୋନ୍‌ ରହିଛି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଯୋଜନା ମାଧ୍ୟମରେ ୫୦ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ମିଳିପାରିବ । ସେହିପରି ମୁଦ୍ରା ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ବ୍ୟବସାୟ ଆରମ୍ଭ କରିଛନ୍ତି । ସବୁଠୁ ଋଣ ମହିଳାଙ୍କୁ ମିଳିଛି ।

aaaa

ଫିନଟେକ ଫେଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱବ୍ୟାପୀ ବ୍ୟାଙ୍କ ଆକାଉଣ୍ଟ ନଥିବା ୨ ବିଲିଅନ ଲୋକଙ୍କ ପାଇଁ ଏକ ବ୍ୟାଙ୍କିଙ୍ଗ୍‌ ସଲ୍ୟୁସନ ‘ଆପିକ୍ସ’ର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ୧୦ଟି ଆସିଆନ ସଦସ୍ୟ ରାଷ୍ଟ୍ରଙ୍କ ସମେତ ୨୩ ଦେଶ ଉପକୃତ ହେବେ ।ଫିନ୍‌ଟେକ୍‌ ଫେଷ୍ଟିଭାଲ ହେଉଛି ବିଶ୍ୱର ସବୁଠାରୁ ବଡ଼ ଫାଇନାନ୍‌ସିଆଲ ଟେକ୍ନୋଲୋଜି ଫେଷ୍ଟିଭାଲ । ଏହି ସମ୍ମିଳନୀରେ ପ୍ରାୟ ୩୦ହଜାର ଲୋକ ଯୋଗଦେଇଥିଲେ । ସିଙ୍ଗାପୁରକୁ ଦୁଇ ଦିନିଆ ଗସ୍ତ ଅବସରରେ ଇଷ୍ଟ ଏସୀୟ ସମ୍ମିଳନୀ ଓ ଆସିଆନ ବୈଠକ ସମେତ ଏକାଧିକ ଶିଖର ସମ୍ମିଳନୀରେ ଭାଗ ନେବେ ମୋଦି ।

Leave A Reply

Your email address will not be published.