ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ସରିବ ୮ ହଜାର କିଲୋମିଟର ରାସ୍ତା ନିର୍ମାଣ : ବିକ୍ରମ ଆରୁଖ

ଭୁବନେଶ୍ବର(କେନ୍ଯୁଜ୍) : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ଯକୁ ତ୍ୱରାନ୍ଵିତ କର । ବିଭାଗୀୟ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ ଆରୁଖ । ଚଳିତ ଆର୍ଥିକ ବର୍ଷରେ ପିଏମଜିଏସଓ୍ୱାଇ ଧାର୍ଯ୍ଯ କରାଯାଇଥିବା ୮ ହଜାର କିଲୋମିଟର ରାସ୍ତା ନିର୍ମାଣ ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ୍‌ ୨୭୭ଟି ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି    ହୋଇଛି ।

ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୮୨ଟି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ସଡ଼କ ଯୋଜନାର ଅଗ୍ରଗତିକୁ ତ୍ୱରାନ୍ଵିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । ୨୦୧୭-୧୮ ଆର୍ଥିକ ବର୍ଷରେ ପିଏମଜିଏସଓ୍ୱାଇ ଯୋଜନାରେ ରାଜ୍ୟରେ ୭ ହଜାର ୧୬୬ କିଲୋମିଟର ରାସ୍ତା ନିର୍ମାଣ କରି ଦେଶରେ ପ୍ରଥମ ହୋଇଥିଲା ଓଡ଼ିଶା । ସେହିପରି ୧ ହଜାର ୭୭୬ଟି ଜନବସତିକୁ ସଂଯୋଗୀକରଣ ଓ ସବୁଜ ଜ୍ଞାନକୌଶଳ ଉପଯୋଗରେ ୮୫୫ କିଲୋମିଟର ରାସ୍ତା ନିର୍ମାଣ କରି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ଓଡିଶା ।

 

Leave A Reply

Your email address will not be published.