ମହାପ୍ରଭୁଙ୍କ ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ଘଟଣା, ୧୧ ଜଣଙ୍କୁ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ(କେନ୍ଯୁଜ୍) : ପୁରୀରେ ମହାପ୍ରଭୁଙ୍କ ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ୍ । ୧୦ ସେବାୟତ ଓ ଜଣେ ମହାରଣାଙ୍କୁ ନୋଟିସ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟ ଆଧାରରେ ନୋଟିସ ଜାରି ହୋଇଛି । ୩ ଜଣିଆ ସବ୍କମିଟି ରିପୋର୍ଟ ତର୍ଜମା ପରେ ସେବା ବିଭ୍ରାଟ ଓ ବିଳମ୍ବ ଅଭିଯୋଗରେ ନୋଟିସ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗତ ୨୦୧୫ ଜୁନ୍ ୧୫ରେ ନବକଳେବର ବ୍ରହ୍ମସଂସ୍ଥାପନ ରାତିରେ ଏହି ସେବାୟତ ମାନଙ୍କ ଯୋଗୁଁ ବ୍ରହ୍ମସଂସ୍ଥାପନରେ ବିଳମ୍ବ ହୋଇ ଦିନରେ ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ୨ଜଣ ଦଇତାପତି ସେବାୟତଙ୍କୁ ତ୍କାଳ ନିଲମ୍ବନ କରାଯାଇଥିଲା। ପରେ ତଦନ୍ତ ପାଇଁ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଏହି ବ୍ରହ୍ମସଂସ୍ଥାନ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ। ଅଭିଯୁକ୍ତଙ୍କ ନାଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇନି।