Below header

କରଜ ଟଙ୍କା ଶୁଝି ନପାରିବାରୁ ମହିଳାଙ୍କୁ ସ୍ୱାମୀ ଆଗରେ ଦୁଷ୍କର୍ମ କଲା ମହାଜନ, ପୁଣି ଭିଡ଼ିଓ କଲା ଭାଇରାଲ

ଏକ ଅଭାବନୀୟ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ପୁନେ ଅଂଚଳରେ । ଜଣେ ମହିଳା କରଜ ଶୁଝି ନପାରିବାରୁ କରଜଦାତା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏକ ଅଭାବନୀୟ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ପୁନେ ଅଂଚଳରେ । ଜଣେ ମହିଳା କରଜ ଶୁଝି ନପାରିବାରୁ କରଜଦାତା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦିଆଯାଇଥିବା ଜଣାଯାଇଛି । ଗତ ଫେବ୍ରୁଆରୀ ମାସରେ ଘଟିଥିଲା ଘଟଣା ।

ପ୍ରାପ୍ତ ଅଭିଯୋଗ ଅନୁଯାୟୀ, ମହାରାଷ୍ଟ୍ର ପୁନେରେ ଇମିତାଆଜ ହସିନ ଶେଖ୍‌ (୪୭) ନାମକ ଜଣେ କରଜଦାତା ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କୁ ୪୦ ହଜାର ଟଙ୍କା ରୁଣ ଦେଇଥିଲେ । ହେଲେ ମହିଳା ଜଣକ ରୁଣ ଫେରାଇ ପାରି ନଥିବାରୁ ଇମିତିଆଜ ତାଙ୍କୁ ବାରମ୍ବାର ଧମକ ଓ ଗାଳିଗୁଲଜ କରୁଥିଲେ ।

ଘଟଣା ଦିନ ଇମିତିଆଜ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଏକ ନିକାଞ୍ଚନ ଜାଗାକୁ ଡାକିଥିଲେ । ସେଠାରେ ମହିଳାଙ୍କ ସ୍ୱାମୀଙ୍କୁ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏବଂ ଏହାର ଭିଡିଓ ରେକଡିଂ ମଧ୍ୟ ନିଜ ମୋବାଇଲରେ କରିଥିଲେ । କିଛି ଦିନ ପରେ ଇମିତିଆଜ ପୁଣି ଥରେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ବାଧ୍ୟ କରିଥିଲେ ।

ହେଳେ ମହିଳା ଏଥିରେ ରାଜି ନହେବାରୁ ତାଙ୍କ ସହ କରିଥିବା ଦୁଷ୍କର୍ମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ପରେ ମହିଳା ଜଣକ ଏହା ଜାଣିବା ପରେ ଗତ ୨୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଇମିତିଆଜକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.