OSSC ଜୁନିଅର ଇଂଜିନିୟର ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: ପ୍ରଶ୍ନପତ୍ର ପ୍ରିଣ୍ଟିଂ ପ୍ରେସରୁ ଲିକ୍ ହୋଇଛି
ବିହାରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ବାଲେଶ୍ୱର ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ୯ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିଲେ ।

କେନ୍ୟୁଜ୍(ବ୍ୟୁରୋ): OSSC ଜୁନିଅର ଇଂଜିନିୟର ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ । ବିହାରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ବାଲେଶ୍ୱର ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ୯ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିଲେ ।
ମାଷ୍ଟରମାଇଣ୍ଡକୁ ଧରିବାକୁ ବାହାର ରାଜ୍ୟକୁ ଯାଇଥିଲା ବାଲେଶ୍ୱର ପୋଲିସ ଦୁଇଟି ଟିମ୍ । ଆଗକୁ ଗିରଫ ସଂଖ୍ୟା ବଢିପାରେ । କେଉଁ ଜାଗାରୁ ପ୍ରଶ୍ନପତ୍ର ଲିକ ହୋଇଥିଲା, କିଭଳି ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଲା ତାର ଖିଅ ଖୋଜା ଚାଲିଛି । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପ୍ରଶ୍ନପତ୍ର ପ୍ରିଣ୍ଟିଂ ପ୍ରେସରୁ ଲକ୍ ହୋଇଛି ।