୬ ମାସର ଛୁଆ କାନ୍ଦିଲା: ବିରକ୍ତି ହୋଇ ମା’ ଦେଲା ଏମିତି ଦଣ୍ଡ, ଯାହା ଶୁଣିଲେ ଆପଣଙ୍କ ଉଠିବ ଟାଙ୍କୁରୀ ଲୋମ
ପିଲାଟିଏ ପାଇଁ ମା’ କେତେ କ’ଣ ପୂଜା ପାଠ କରେ। କୋଳରେ ନିଜର ଛୁଆ ପାଇଁ ଅନେକ ପୂଜାପାଠ ମଧ୍ୟ କରେ। ସବୁବେଳେ ଭୋକ ଉପାସରେ ରହି ଭଗବାନଙ୍କ ନିକଟରେ ନିଜ ଛୁଆର ଭବିଷ୍ୟତ ପାଇଁ ମଧ୍ୟ ପ୍ରାର୍ଥନା କରେ। କିନ୍ତୁ ବେଳେ ବେଳେ ଈଶ୍ୱର ଦେଇଥିବା ପିଲାଟିକୁ ମା’ କାହିଁକି ଏତେ ହତାଦର କରେ କେଜାଣି। ନିଜର ମମତା, କର୍ତ୍ତବ୍ୟ ଭୁଲିଯାଇ ଏଭଳି ନିଷ୍ଠୁର କାମ କରିଦିଏ, ଯାହା ପାଇଁ ସେନିଜକୁ କେବେ ବି କ୍ଷମା କରିପାରେ ନାହିଁ। ଛଅ ମାସର ପିଲାଟି ବହୁତ କାନ୍ଦୁଥିଲା, ସବୁବେଳେ ସ୍ତନପାନ କରାଇବାକୁ ପଡୁଥିଲା। ଏହି କାରଣ ଯୋଗୁଁ ଏଭଳି ନିଷ୍ଠୁର ହୋଇଗଲା ମା’ ଯେ ବିରକ୍ତି ହୋଇ ଶେଷରେ ନିଜର ପିଲାଙ୍କୁ ଗଙ୍ଗାରେ ବୁଡାଇ ମାରିଦେଲା। ଆଉ ଏହି ଘଟଣାକୁ ଘଟାଇ ସାରିବା ପରେ ପୋଲିସ ନିକଟରେ ପହଞ୍ଚି ପିଲା ନିଖୋଜ ହୋଇଯାଇଥିବା ସୂଚନା ଦେଲା।
ଏଭଳି ଏକ ଘଟଣା ଘଟିଛି ଡେରାଡୁନର କନ୍ନଖଲ ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ସଂଗୀତା ନିଜର ଶିଶୁପୁତ୍ର ନିଖୋଜ ଥିବା କଥା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଚାରିଆଡେ ଖୋଜାଖୋଜି କରିବା ପରେ କିନ୍ତୁ ସତ୍ୟ ପାଇନଥିଲା। ପୋଲିସ ଯେତେବେଳେ ସିସିଟିଭି ଯାଞ୍ଚ କରିଥିଲା, ସତ୍ୟ ସାମ୍ନାକୁ ଆସିଥିଲା। ଛଅ ମାସର ପିଲାଟି କାନ୍ଦିବା ଏବଂ ବାରମ୍ବାର ସ୍ତନପାନ କରାଇବା କାମରେ ବିରକ୍ତି ଆସି ମହିଳା ଜଣକ ନିଜ ଶିଶୁ ପୁତ୍ରକୁ ମାରିଦେଇଥିଲେ। ପ୍ରଥମେ ଉକ୍ତ ମହିଳା ଶିଶୁପୁତ୍ର ଏକ କଳାବ୍ୟାଗରେ ଭର୍ତ୍ତି କରି ଗଙ୍ଗା ନଦୀରେ ବୁଡାଇ ବୁଡାଇ ମାରିବା ପରେ ତାକୁ ଏକ ବ୍ୟାଗରେ ଭର୍ତ୍ତି କରି ଭସାଇ ଦେଇଥିଲେ। ତା’ ପରେ ଘରକୁ ଆସି ପୋଲିସ ନିକଟରେ ପିଲାଟି ନିଖୋଜ ହୋଇଯାଇଛି ବୋଲି ଅଭିଯୋଗ କରିଥିଲେ। କିନ୍ତୁ ଶିଶୁପୁତ୍ରକୁ ମା’ ବ୍ୟାଗ୍ରେ ଭର୍ତ୍ତି କରିବା ସମୟରେ ତାଙ୍କ ଝିଅ ଆରାଧ୍ୟା ଛାତରେ ରହିଥିବା ବେଳେ ଏହି ସବୁ ଘଟଣାକୁ ଦେଖିଥିଲେ। କିନ୍ତୁ ମା’ ଡରରେ କହିପାରୁନଥିଲେ।
ସୂଚନାଯୋଗ୍ୟ, ମାସେ ପୂର୍ବରୁ ଉକ୍ତ ମହିଳା ଜଣକ ଶିଶୁପୁତ୍ରରେ ଏକ ସାର୍ବଜନିନ ସ୍ଥାନରେ ଛାଡି ଯିବାକୁ ଯୋଜନା ରଖିଥିଲେ। କିନ୍ତୁ କରିପାରିନଥିଲେ। ପରେ ଏପରି କରି ଶିଶୁପୁତ୍ର ନିଖୋଜ ହେବାର ପ୍ଲାନିଂ କରିଥିଲେ। କିନ୍ତୁ ପୋଲିସର ପ୍ରଶ୍ନ ଆଗରେ ସବୁକିଛି ସତ ମାନିଯାଇଥିଲେ।