ଟ୍ରେନର ତାର ଉପରେ ଚଢି ଦୁଃସାହସିକ ଭାବେ ଯୁବକ କରୁଥିଲେ ଏଭଳି କାମ, ଦେଖନ୍ତୁ ଭିଡିଓ

ବେଳେବେଳେ କିଛି ଲୋକ ଏପରି ଅଜବ ଅଜବ କାଣ୍ଡ ଘଟାଇ ବସନ୍ତି ଯାହାର ପରିଣତି ବିଷୟରେ ଭାବିଲେ ମଧ୍ୟ ଛାତି ଥରି ଉଠେ। ଯଦିଓ ସେତେବେଳେ ନିଜେ ବ୍ୟକ୍ତିଙ୍କୁ ମଧ୍ୟ ଜଣା ନଥାଏ ଯେ ସେ ଏପରି କାହିଁକି କରୁଛନ୍ତି। କିଛି ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଡବରା ଅଞ୍ଚଳରେ। ଯେଉଁଠି ଜଣେ ଯୁବକ ରେଲୱେ ଷ୍ଟେସନ ଲାଇନ ଉପରେ ବନ୍ଧାଯାଇଥିବା ତାର ଉପରକୁ ଚଢ଼ିଯାଇଥିଲେ। ଯୁବକଙ୍କର ଭାଗ୍ୟ ଜୋର ଥିଲା ଯେ ସେହି ସମୟରେ କରେଣ୍ଟ ନଥିଲା। ଏହାପରେ ସରକାରୀ ରେଲୱେ ପୋଲିସର ଯବାନମାନେ ବହୁତ କଷ୍ଟରେ ତାଙ୍କୁ ତଳକୁ ଓହ୍ଲାଇଥିଲେ। ତାର ଉପରେ ଚଢିଥିବା ଏହି ଯୁବକଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

video courtesy “ANI”

ଏହାସହ ପଢନ୍ତୁ ମଝି ରାସ୍ତାରେ କାର ଅଟକାଇ ଯୁବତୀ କଲେ ଏପରି କାଣ୍ଡ, ଦେଖନ୍ତୁ ଭିଡିଓ

ସୂଚନା ଅନୁଯାୟୀ ଏହି ଘଟଣାଟି ଗ୍ୱାଲିୟର ନିକଟସ୍ଥ ଡବରା ଷ୍ଟେସନରେ ଘଟିଥିଲା। ଉତ୍ତରମଧ୍ୟ ରେଲୱେ ଝାନସୀ ଡିଭିଜନର ବାଣିଜ୍ୟିକ ପ୍ରବନ୍ଧକଙ୍କ କହିବା ଅନୁଯାୟୀ ଏହି ଘଟଣାକୁ ପ୍ରଥମେ ସକାଳ ୬ଟା ସମୟରେ ଜଣେ ଗାର୍ଡ ଦେଖିଥିଲେ। ଯାହାପରେ ସେ ଏ ବିଷୟରେ ରେଲୱେ ଷ୍ଟାଫଙ୍କୁ ଜଣାଇଥିଲେ। ସେ କହିଥିଲେ କି ବ୍ୟକ୍ତି ଜଣକ ତାର ଉପରେ ଚଢ଼ୁଥିବାର ପ୍ରଥମେ ଦେଖିଥିଲେ ତେଣୁ କାଳେ କରେଣ୍ଟ ଲାଗିଯିବ ସେଥିପାଇଁ ସେ ତୁରନ୍ତ ଏକ ଘଣ୍ଟା ପାଇଁ ବିଜୁଳି ବନ୍ଦ କରିଦେଇଥିଲେ। ଯଦି ଏପରି ନ ହୋଇଥାନ୍ତା ତାହେଲେ ଏପର୍ଯ୍ୟନ୍ତ ଏକ ବଡ଼ ଦୁର୍ଘଟଣା ଘଟି ସରିଥାନ୍ତା। ଯଦିଓ ଏହାଦ୍ୱାରା ରେଳ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା ଏବଂ ୪ଟି ରେଳ ଠପ୍ ହୋଇଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.